Posts

Showing posts from May, 2021

କ୍ରାନ୍ତିଖଡୁ ନ୍ୟୁଜ :-ପକ୍ଷୀ ଙ୍କ ପାଇଁ ପାଣି ବ୍ୟବସ୍ଥା (ରିଙ୍କୁ ଦେବତା ଙ୍କ ରିପୋର୍ଟ ) ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତର ଯୁବାଖୋଲ ଗ୍ରାମ ର ଦୁଇ ଯୁବକ ଆଶିଷ ଜ୍ୟୋତିଷ ଏବଂ ରୂପା ସାହୁ ଏକ ନିଆରା ଉଦ୍ୟମ କରିଛନ୍ତି।ପଶୁ ପକ୍ଷୀ ଙ୍କ ପାଇଁ ବିଭିନ୍ନ ସ୍ଥାନରେ ଜଳପାତ୍ର ରଖି ଚର୍ଚ୍ଚା କୁ ଆସିଛନ୍ତି। ସେମାନେ ଗଛ ମାନଙ୍କ ରେ ମାଟିପାତ୍ର, ବୋତଲ, ମାଠିଆ ବାନ୍ଧି ନିୟମିତ ରୂପେ ସେଥିରେ ପାଣି ଭର୍ତ୍ତି କରୁଥିବା ଦେଖାଯାଉଛି। ଯୁବକ ମାନଙ୍କ ଏତାଦୃଶ ପ୍ରୟାସ କୁ ଲୋକେ ପ୍ରଶଂସା କରୁଛନ୍ତି।

Image

ଅସହାୟ ଙ୍କ ସାଥିରେ ,ସବୁ ସମୟରେ Life-Let Individual Feels For Everyone (ଜୀବନ - ଭିନ୍ନ ଏକ ଅନୁଭୂତି ) Public Charitable Trust ତରଫରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ନିକଟରେ କିଛି ଅସ୍ଥାୟୀ କୁଡ଼ିଆ ରେ ରହୁ ଥିବା ଗରିବ ଲୋକଙ୍କୁ ପ୍ରାୟ 200 ରୁ ଅଧିକ ଶୁଖିଲା ଖାଦ୍ୟ ସହିତ ସାବୁନ ଏବଂ ମାସ୍କ ବଣ୍ଟନ କରାଗଲା ଏହି କାର୍ଯ୍ୟ କ୍ରମରେ ସଂସ୍ଥା ତରଫରୁ ସଂସ୍ଥା ର founder Dr. ଶିବ ନାରାୟଣ ପାତ୍ର, ସମ୍ପାଦକ ଶ୍ରୀଯୁକ୍ତ ସୁବ୍ରତ କୁମାର ନାୟକ, କୋଷାଧକ୍ଷ ଶ୍ରୀଯୁକ୍ତ ପ୍ରବୀଣ କୁମାର ରାଉଳ, ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ, ଶ୍ରୀଯୁକ୍ତ ସୌମେନ୍ଦ୍ଵ ମହାନ୍ତି, ଏବଂ ଶ୍ରୀଯୁକ୍ତ ବଂଶୀଧର ଦାସ ଉପସ୍ଥିତ ଥିଲେ

Image

ଗରୀବ ଙ୍କ ଗୁହାରି ଶୁଣିବ କିଏ ? ମଣିମା ଗୁହାରି ଶୁଣିବା ହେଉ ,ଏ ଗରୀବ ଡାକ !!! (ରିଙ୍କୁ ଦେବତା ଙ୍କ ରିପୋର୍ଟ )ପଲିଥିନ ତଳେ ଦିନ କାଟୁଛନ୍ତି ଅସହାୟ ବୃଦ୍ଧା ଦମ୍ପତ୍ତି !ଓଡିଶା ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି ହେଲେ ପ୍ରକୃତ କ୍ଷେତ୍ରରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁ ନାହିଁ ! ତାହା ବାଟବରଣା ହେବାଯୋଗୁଁ ଆଜି ଏକ ଅଭାବନିୟ ଦୃଶ୍ୟ ଦେଖିବାକୁ ମିଲିଛି । ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତ ର ବେହେରାବାହାଲି ଗ୍ରାମ ରେ ଆସହାୟ ଦମ୍ପତ୍ତି ତାଙ୍କର ପୁଅ ‐ଝିଅ କେହି ନ ଥିବା ସହ ଜମିବାଡି ମଧ୍ୟ କିଛି ନାହିଁ !ବୃଦ୍ଧ ଦମ୍ପତି ଠିବୁ ପ୍ରଧାନ (୭୪) ଏବଂ ତାଙ୍କ ପତ୍ନୀ ଵାଲମତି ପ୍ରଧାନ (୭୨) ଦୀର୍ଘ ବର୍ଷ ହେଲା ପଲିଥିନ ତଳେ ଜୀବନ ବିତାଉଛନ୍ତି। ପରଘରେ କାମ କରି ଦି ମୁଠା ପାଇଯାଉଥିଲେ !ହେଲେ ପ୍ରାୟ ୧୦/୧୧ବର୍ଷ ହେବ ବୃଦ୍ଧ ଠିବୁ ପ୍ରଧାନ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇପଡିଛନ୍ତି । ଏହା ପରେ ତାଙ୍କ ପତ୍ନୀ ପରଘର କାମ କରିବା କୁ ସମୟ ପାଉ ନାହାଁନ୍ତି । ଦିନରାତି ତାଙ୍କ ସ୍ବାମୀ ଶଯ୍ୟାଶାୟୀ ଠିବୁ ଙ୍କ ସେବାରେ ଲାଗୁଛନ୍ତି । ଖରା ହେଉ କି ବର୍ଷା ହେଉ ବୃଦ୍ଧ ଦମ୍ପତି ପଲିଥିନ ଢାଙ୍କି ହୋଇ ବିତାଉଛନ୍ତି ଜୀବନ। ସରକାରୀ ସହାୟତା କହିଲେ ୩୫ କିଲୋ ଚାଉଳ ଓ ଉଭୟ ଙ୍କ ଭତ୍ତା ୧୦୦୦ ଟଙ୍କା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଘର ଖଣ୍ଡିଏ ପାଇଁ ଉଭୟ ଦମ୍ପତି ସ୍ଥାନୀୟ ଓ୍ବାଡ ମେମ୍ବର, ସରପଞ୍ଚ ଏପରି କି ଗାଇସିଲେଟ ବିଡ଼ିଓ ଙ୍କ ପାଖରେ ମଧ୍ୟ ଟିପ ଚିହ୍ନ ଲେଖା ଦୁଇଜଣ କାକୁତି ମିନତି ହୋଇଥିଲେ ମଧ୍ୟ ଘର ଖଣ୍ଡିଏ ସାତସପନ ହୋଇଛି। ଆଖି ଆଗରେ ସବୁ ଦୁର୍ନୀତି ଦେଖୁଥିବାରୁ ତଥା ବୟସାଧିକ୍ଯ କାରଣରୁ ଏବେ ସେମାନେ କାହାକୁ କିଛି କହୁନାହାନ୍ତି। ପଲିଥିନ ଢାଙ୍କି ହେଲେ ଦିନ ରାତି ସରିଯାଉଛି। ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ଆଞ୍ଚଲ ବାସୀ ସରକାର ଙ୍କୁ ଅନୁରୋଧ କରୁଛନ୍ତି। (ଗାଇସିଲେଟ ରୁ ରିଙ୍କୁ ଦେବତା ) କ୍ରାନ୍ତିଖଡୁ

Image

ଶୁଖିଲା ଖାଦ୍ୟ ବଣ୍ଟନ :- ( ରିଙ୍କୁଦେବତା ଙ୍କ ରିପୋର୍ଟ ) ବର୍ତମାନ ସାଂପ୍ରଦିକ ପରିସ୍ଥିତି କରୋନା ମହାମାରୀକୁ ସଂକ୍ରମଣକୁ ରୋକିବା ପାଇଁ ସରକାର ସପ୍ତାହନ୍ତ ଶନିବାର ଏବଂ ରବିବାର ସଂପୁର୍ଣ ଲଗଡାଉନ ଘୋଷଣା କରିଛନ୍ତି ! ଏହିସମୟରେ ସମସ୍ତ ଦୋକାନ ବଜାର ବଂଦ ରହୁଥିବାରୁ ଏହାକୁ ଦୃଷ୍ଟିକୁ ରଖି ଏକ ଦାୟିତ୍ୱସଂପର୍ଣ ସମାଜର ବ୍ଯକ୍ତି ହିସାବରେ ଅସହାୟ ବ୍ୟକ୍ତି ମାନଙ୍କୁ ଖାଇବାକୁ ଦେବାଲାଗି ପଦ୍ମପୁର ଉପଖଣ୍ଡ ଟାଲ ଗ୍ରାମ ରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଙ୍କ ନିର୍ଦ୍ଦେଶକ୍ରମେ ଯୁବନେତା ଭୋଜରାଜ ସିଂ ବରିହା ଙ୍କ ସମେତ ଅଶ୍ବିନୀ ଭୋଇ, ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ପଟେଲ,ରାଜ କୁମାର ଭୁଏ,ଥବିର ସାହୁ, ପବିତ୍ର ବାଗ, ନବୀନ ସାହୁ,କରମସିଂ ବରିହା,ଅମୃତ ବରିହା, ଶ୍ରବଣ ଗହୀର, ଦୟାନିଧି ବରିହା, ନରେଶ ପଧାନ, ରବିନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ୩୫ ଜଣଙ୍କୁ ସୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ରହି ଖାଦ୍ୟ ବଣ୍ଟନ କରିଥିଲେ !ଏହି ପଦକ୍ଷେପକୁ ଅଞ୍ଚଳବାସୀ ଭୁରିଭୁରି ପ୍ରସଂଶା କରୁଛନ୍ତି !

Image

PRESS NOTE....ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅସହାୟଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ । କଟକ - କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ଲକଡାଉନ,ସଟଡାଉନ,ସାମୁଦ୍ରିକ ବାତ୍ୟା ୟଶ ଏବଂ ନିରବିଛିନ୍ନ ବର୍ଷାରେ ପ୍ରଭାବିତ ହୋଇଥିବା ଅରିଲୋ,ରାମକମାରପୁର ଆଦି କଟକ ସଦର ବିଭିନ୍ନ ସ୍ଥାନରେ ଥିବା ଦିବ୍ୟାଙ୍ଗ,ଭିନ୍ନକ୍ଷମ ଲୋକ,ରାସ୍ତା କଡରେ ଥିବା ଅସହାୟ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନସହ ପରିଷଦର ଜରୁରୀ କାଳୀନ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି ସେଵା କାର୍ଯ୍ୟକ୍ରମକୁ ପରିଷଦ ପକ୍ଷରୁ ଜ୍ୟୋତିପ୍ରକାଶ ପଣ୍ଡା,ଅନନ୍ତ ନାଥ,ସତ୍ୟବ୍ରତ ରାଉତ,ଶଙ୍କର୍ଷଣ ଦାସ,ମନୋଜ ଭୋଇ,ସ୍ବରୂପ ସୁମନ ଦାସ,ବିମଳ କୁମାର ପଣ୍ଡା,ଲଷ୍ମୀକାନ୍ତ ତ୍ରିପାଠୀ ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ମାନେ ବାତ୍ୟା, ବର୍ଷାକୁ ଖାତିର ନକରି ଉପସ୍ଥିତ ରହି ଲୋକଙ୍କୁ ସେବା ଯୋଗାଇଥିଲେ । ଏହି ସେଵାକାର୍ଯ୍ୟ ବିଭିନ୍ନ ସ୍ଥାନରେ ଜାରୀ ରଖିବାକୁ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକର୍ତା ମାନଙ୍କୁ ନିବେଦନ କରିଛନ୍ତି ।

Image

PRESS NOTE.........ଧର୍ମପରାୟଣା ମହିଳାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ।କଟକ ସଦର ବୟାଳିଶମୌଜ଼ା ଯାଦବ ମହାସଭାର ଉପଦେଷ୍ଟା ସ୍ୱର୍ଗତ ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣା ମହିଳା ନିଶାମଣୀ ବେହେରା(୭୪)ଙ୍କ ବରାଳ ଗ୍ରାମ ବାସଭବନରେ ପରଲୋକ ଘଟିଛି । ମିଷ୍ଟଭାଷୀ,ମେଲାପି ମହିଳା ସ୍ୱର୍ଗତା ନିଶାମଣୀ ବେହେରାଙ୍କ ଏକାଦଶାହରେ ଅଗ୍ରଣୀ ସାମାଜିକ ସଂଗଠନ 'ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ' ଓଡ଼ିଶା(ବିସିଟି),ସରସ୍ବତୀ କଳା ପରିଷଦ','ଉତ୍କଳ ବିକାଶ ପରିଷଦ',ମୁହାଁଣ ସାହିତ୍ୟ ସଂସଦ-ମୁମ୍ବାଇ ପକ୍ଷରୁ ନାଟ୍ୟକାର ଅଶୋକ ପଟ୍ଟନାୟକ,କରୋନା ଯୋଦ୍ଧା ପ୍ରିନ୍ସ ନନ୍ଦ,କବୟିତ୍ରୀ ପ୍ରତିଭା ଶତପଥୀ,ଅଖିଳ ଭାରତୀୟ ଯାଦବ ମହାସଭାର ଯୁବ ସଭାପତି ଇଂ.ପ୍ରଦୀପ ବେହେରା,ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଯାଜପୁର ଜିଲ୍ଲା ସଂଯୋଜକ ଇଂ.ବିମଳ ଚନ୍ଦ୍ର,ଚକ୍ରବର୍ତ୍ତୀ ଓତା,ଦେବୀ ପ୍ରସାଦ ପତି,ରସାନନ୍ଦ ବେହେରା ତଥା ସ୍ଥାନୀୟ ଗ୍ରାମବାସୀବୃନ୍ଦ ଶୋକ ପ୍ରକାଶ କରିବାସହ ଅମର ଆତ୍ମାର ସଦଗତି ପାର୍ଥନା କରିଛନ୍ତି । ସୂଚନାଯୋଗ୍ୟ ସ୍ୱର୍ଗତା ବେହେରାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ନାତି କୃତିଶିକ୍ଷକ ସୁରଜ ବେହେରା ବିଭିନ୍ନ ସଂଗଠନ ସହ ଜଡିତ ରହି ବହୁ ଜନହିତକରକାର୍ଯ୍ୟ,ରକ୍ତଦାନ,ଶିକ୍ଷା ଦାନ,କରୋନା ଯୋଦ୍ଧା ଭାବେ ଅନନ୍ୟ ସେଵା,ସାହିତ୍ୟ ଓ ସଂକୃତିର ବିକାଶ ଦିଗରେ ନିଜର ସାଧନା ଜାରିରଖି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ।

Image

କେନ୍ଦ୍ରିୟ ଅର୍ଥ କମିଶନ ଅନୁଦାନ ହେରଫେର ସରପଞ୍ଚ ନିଲମ୍ବିତ :-(ରିଙ୍କୁ ଦେବତା ଙ୍କ ରିପୋର୍ଟ) :-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ପଞ୍ଚାୟତ ର ସରପଞ୍ଚ ଶ୍ରୀମତି ଉଦିଆଁ ଲୁହା ଙ୍କୁ ନିଲମ୍ବିତ କରାଯାଇଛି। କେନ୍ଦ୍ରିୟ ଅର୍ଥ କମିଶନ (ସିଏଫସି) ଅନୁଦାନ ହେରଫେର ଅଭିଯୋଗରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତାଙ୍କୁ ନିଲମ୍ବନ କରିଛନ୍ତି। ଅନ୍ୟ ପକ୍ଷରେ ନାଏବ ସରପଞ୍ଚ ଗୈାର ପାତ୍ର ଉକ୍ତ ପଞ୍ଚାୟତ ର ସରପଞ୍ଚ ଦାୟିତ୍ୱରେ ରହିବେ ବୋଲି ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏକ ବିଜ୍ଞାପ୍ତିରେ ସୂଚନା ଦେଇଛନ୍ତି। ଉକ୍ତ ପଞ୍ଚାୟତ ରେ କେନ୍ଦ୍ରିୟ ଅର୍ଥ କମିଶରୁ ମିଳିଥିବା ଅନୁଦାନ ରୁ ୧୩ ଲକ୍ଷ ୯୧ହଜାର୯୧୭ ଟଙ୍କା ହେରଫେର ଅଭିଯୋଗ ଆସିବା ପରେ ସରପଞ୍ଚ ଙ୍କ ବିରୋଧରେ ଏ ଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Image

ଚିଖିଲି ଗ୍ରାମ ପଞ୍ଚାୟତ ରେ ଆବାସ ଯୋଜନା ର ଦୁର୍ନୀତି ର ତଦନ୍ତ ପାଇଁ ସାଂସଦ ପ୍ରତିନିଧିଙ୍କ ଦାବି (ଗୁଦେରପାଲି-ରିଙ୍କୁ ଦେବତା ଙ୍କ ରିପୋର୍ଟ) ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଦୁର୍ନୀତି ହୋଇଥିବାର ପରିଲକ୍ଷିତ ହେଉଛି।ମିଲିଥିବା ଅଭିଯୋଗ ଅନୁସାରେ ଉକ୍ତ ଗାଁ ର ଅଶୋକ ମହାପାତ୍ର ପିତା-ଘନଶ୍ଯାମ ମହାପାତ୍ର ନାମକ ଜଣେ ହିତାଧିକାରୀ କ୍ରମାଗତ ଭାବରେ ୨୦୧୯-୨୦୨୦ ଓ ୨୦୨୦_୨୦୨୧ ବର୍ଷରେ ଦୁଇଥର ପ୍ରଧାନମନ୍ତ୍ରୀ ଆବାସ ପାଇ, ସଂପୂର୍ଣ୍ଣ କରି ପୁରା ଟଙ୍କା ନେଇଥିବା ବେଳେ ଅଶ୍ବିନୀ ଦାସ ପିତା କୃଷ୍ଣଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତି ୨୦୧୯-୨୦୨୦ ମସିହାରେ ଘର ପାଇଛନ୍ତି। ମାତ୍ର ସେ ଘର ତିଆରି ନ କରି ସଂପୂର୍ଣ୍ଣ ଟଙ୍କା ଉଠାଇ ନେଇଛନ୍ତି।ଏହି ଗ୍ରାମ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଆହୁରି ଦୁର୍ନୀତି ହୋଇଥିବାର ଜନସାଧାରଣ ଅଭିଯୋଗ କରିଛନ୍ତି।ଏହା ବ୍ୟତୀତ ବ୍ଳକର ବହୁତ ଯୋଗ୍ୟ ହିତାଧିକାରୀ ଙ୍କ ନାମ ତାଲିକା ରେ ନ ଥିବା କାରଣରୁ ପ୍ରଧାନମନ୍ତ୍ରୀ ଆବାସ ପାଇବାରୁ ବଞ୍ଚିତ ରହୁଛନ୍ତି। ଏଣୁ ସେମାନଙ୍କୁ ଶିଘ୍ର ଯୋଜନା ର ଲାଭ ପାଇବା ପାଇଁ ତାଲିକା ଭୁକ୍ତ କରାଯାଉ ବୋଲି ଆଜି ଗାଇସିଲେଟ ବ୍ଲକର ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ପ୍ରବୀଣ କୁମାର ପାଣିଗ୍ରାହୀ ବରଗଡ଼ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ସା ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Image

ଛିନ୍ଦାପାଲି ରେ ଝୁଲନ୍ତା ମୃତ ଦେହ ଉଦ୍ଧାର‐-(ରିଙ୍କୁ ଦେବତା ଙ୍କ ରିପୋର୍ଟ) ଗାଇସିଲେଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରାମପଞ୍ଚାୟତର ଛିନ୍ଦାପାଲି ଗାଁ ର ବର୍ଷିୟାନ ଦଲଗଜନ ସାହୁ (୬୨)ଓରଫ ହାଡୁ ସାହୁ ଙ୍କ ଶବ କୁ ଗାଇସିଲେଟ ପୋଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି। ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଶବଟି ଏକ ମହୁଲ ଗଛ ଡାଲରେ ଝୁଲୁଥିବାର ଦେଖି ଲୋକେ ପୋଲିସ କୁ ଖବର ଦେଇଥିଲେ। ଗାଇସିଲେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଦେଇଛି। ତାଙ୍କ ପରିବାର ରେ ସ୍ତ୍ରୀ,ଝିଅ, ଜ୍ବାଇଁ ଅଛନ୍ତି। ପୋଲିସ ଘଟଣା ର ତଦନ୍ତ କରୁଛି।

Image

ଦେଶବ୍ୟାପୀ କଳା ଦିବସ ଭାବେ ପାଲନ ହେଉଥିବା କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କୁ ନେଇ ବରଗଡ ସାମ୍ବିଧାନିକ ସୁରକ୍ଷା ଫୋରମ୍ ଦ୍ୱାରା ସମର୍ଥନ ପ୍ରଦର୍ଶନ କରାଯାଇଥିଲା

Image

ମଣିମା ସୁଣିବା ହେଉ ଏ ଅନ୍ନପୂର୍ଣା ନଗର୍ ବାସିନ୍ଦା ଙ୍କ ଦୁଃଖ ‐(ସୁର୍ଯ୍ୟନାରାୟଣ ଜେନା )ବୁଗୁଡ଼ା : ବୁଗୁଡ଼ା NAC ପାଞ୍ଚ no ୱାର୍ଡ, ଅନ୍ନପୂର୍ଣା ନଗର୍ ରେ ଆଜି ଦେଖିବାକୁ ମିଳୁଥିଲା ଲୋକଙ୍କ କୋହଭରା ଅଭିଯୋଗ, ସେମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ତାଙ୍କର ପାଣି ସମସ୍ୟା ଦୂର ହେଉନାହିଁ, ପ୍ରଶାସନ ଏକଦମ୍ ଚୁପ ହୋଇ ବସିଥିବାର ଅଭିଯୋଗ ଆଣିଛନ୍ତି, ଅନ୍ନପୂର୍ଣା ନଗର୍ ବାସିନ୍ଦା, ଦିନକୁ 45 ମିନିଟ ପାଣି ଦେଉଥିବା କହୁଥିଲେ ମଧ୍ଯ, ଲୋକଙ୍କ ଘରକୁ 15 ମିନିଟ ପାଣି ଯାଉଥିବା କହିଛନ୍ତି ସାହି ଲୋକେ, ଏମିତି ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳରେ ବହୁତ୍ ସାହିରେ ଲାଗିରହିଛି ପାଣିର ସମସ୍ୟା, ଆମେ ଥରେ ଓଡିଆସାହି ରେ ହୋଇଥିବା ରାସ୍ତାରୋକ ର news ପ୍ରସାରଣ କରିଥିଲୁ, ହେଲେ ଆଜି ପୁଣି ଅନ୍ନପୂର୍ଣା ନଗର୍ ଲୋକଙ୍କ ଅଭିଯୋଗ, ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ପ୍ରଶାସନ ସ୍ଥାୟୀ ସମାଧାନ କାହିଁକି କରୁନାହିଁ ତାହାର୍ ଜାବାବ ଦେବାକୁ କେହି ଆସୁନାହାନ୍ତି, ହେଲେ NAC ବାସିନ୍ଦା କହିଛନ୍ତି ଆଗାମୀ ଦିନରେ ସ୍ଥାୟୀ ସମାଧାନ ନହେଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ, ଉପଜିଲ୍ଲାପାଳ nac ଦାୟିତ୍ବରେ ରହି ମଧ୍ୟ ଲୋକଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ, ଲୋକେ ପ୍ରଶାସନ ଉପରକୁ ଆଙ୍ଗୁଠି ଉଠାଇ କହିଲେଣି, ମୋ ସହର୍ ବିକାଶ ଯୋଜନା କାହାପାଇଁ ହୋଇଛି, ଯଦି ବିକାଶ ପାଇଁ ଟଙ୍କା ଆସିଛି ତାହା କୋଉ ଜାଗାରେ ବିନିଯୋଗ ହୋଇଛି, ଲୋକଙ୍କ ସମସ୍ୟା କାହିଁକି ଦୂର ହେଉନାହିଁ, ତାହାର୍ ଜାବାବ ମାଗିଛନ୍ତି ଆଜି ବୁଗୁଡ଼ା ବାସିନ୍ଦା,ବୁଗୁଡ଼ା ରୁ ସୁର୍ଯ ନାରାୟଣ ଜେନାଙ୍କ ରିପୋର୍ଟ୍ ‐କ୍ରାନ୍ତିଖଡୁ

Image

(ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଦୁର୍ନୀତି ଅଭିଯୋଗ ଆଣିଲେ ସରପଞ୍ଚ) (ରିଙ୍କୁ ଦେବତା ଙ୍କ ରିପୋର୍ଟ ) :- ଗୁଦେରପାଲି ,ଗାଇସିଲାଟ ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆର୍ଥିକ ବର୍ଷ ୨୦୧୯-୨୦ଓ୨୦୨୦-୨୧ ଗୃହ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି।ଚିଖିଲି ଗ୍ରାମ ର ଅଶ୍ବିନୀ ଦାସ ,ପିତା କୃଷ୍ଣଚନ୍ଦ୍ର ଦାସ ଓଆର୧୬୫୨୮୮୭ ୨୦୧୯-୨୦ବର୍ଷ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ନ କରି ସମସ୍ତ ଟଙ୍କା ଉଠାଇବା ସହିତ ଗୃହକାର୍ଯ୍ୟ ସମ୍ପୁର୍ଣ୍ଣ ହୋଇସାରିଥିବା ଭଲି ପ୍ରମାଣ ଯୁକ୍ତ ଖବର ସାମ୍ନାକୁ ଆସିଛି।କେବଲ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆର୍ଥିକ ବର୍ଷ ୨୦୧୯-୨୦ରେ ଚିଖିଲି ଗ୍ରାମ ର ଅଶୋକ ମହାପାତ୍ର ପିତା -ଘନଶ୍ଯାମ ମହାପାତ୍ର ଓଆର୧୦୦୩୭୯୧ ପ୍ରଧାନମନ୍ତ୍ରୀ ଆବାସ ପାଇସାରି ପୁଣିଥରେ ୨୦୨୦-୨୧ ବର୍ଷ ଅଶୋକ ମହାପାତ୍ର ପିତା-ଘନଶ୍ଯାମ ମହାପାତ୍ର ଓଆର ୧୬୫୪୩୩୭ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇ ସମସ୍ତ ଟଙ୍କା ଉଠାଇ ଗୃହ କାର୍ଯ୍ୟ ସମ୍ପୁର୍ଣ୍ଣ ସୋଇଥିବା ଚିଖିଲି ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରେମରାଜ ଅଗ୍ରୱାଲ ଅଭିଯୋଗ କରିଛନ୍ତି। ସରପଞ୍ଚ ଙ୍କ ଅଭିଯୋଗ କୁ ଭିତ୍ତିକରି ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଗତ ବୁଧବାରଦିନ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିଖିଲି ଗ୍ରାମ କୁ ପହଞ୍ଚି ଥିଲେ। ଏବଂ ଜିଓଟେକ ଧିରେନ ରଣା ର ଆଇଡି କୁ ବ୍ଳକ କରିଦେଇଛନ୍ତି।ଏ ସବୁ ଦୁର୍ନୀତି ପଛରେ ଉକ୍ତ ଗ୍ରାମ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ହାତ ଅଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ର ସମ୍ପୁର୍ଣ୍ଣ ତଦନ୍ତ କରି ଏଭଲି ଦୁର୍ନୀତି ରେ ଯେଉଁ ମାନେ ସାମିଲ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜନସାଧାରଣ ଦାବି କରିଛନ୍ତି।

Image

ଅଜଣା ଯୁବକଙ୍କ ମୃତ୍ୟୁ :- ବରପାଲି -ଧାଙ୍ଗେରପାଳି ଛକ୍ ରାସ୍ତା କଡରେ ଅଜଣା ଏହି ଯୁବକ ଆହତ ଅବସ୍ଥାରେ ପଡ଼ିଥିଲେ ,ପରେ ଆମ୍ବୁଲାନ୍ସ ସାହାଯ୍ୟରେ ବରପାଲି ଡାକ୍ତରଖାନାକୁ ଅଣାଯାଇଥିଲା ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ତେବେ ଯୁବକ ଜଣକ କିଏ ତାଙ୍କ ପରିଚୟ ମିଳିପାରିନାହିଁ । ବରପାଲି ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

Image

ଆଗ୍ରଣୀ ସାମାଜିକ ଅନୁଷ୍ଠାନ ଓ ରିଲାଏନ୍ସ ଫାଉଣ୍ଡେସନ ମିଳିତ ସହଯୋଗରେ ଆଜି ବରଗଡ଼ ସ୍ଥିତ ବରଗା ଅଧିନସ୍ଥ କୁଷ୍ଠ ରୋଗରୁ ମୁକ୍ତି ପାଇଥିବା କଲୋନୀ ରେ ସାନିଟାଇଜ୍ ବଣ୍ଟନ କରାଯାଇଛି। ଗୋଟିଏ ଘରକୁ ଗୋଟିଏ ହିସାବରେ 200 ଟି ବୋତଲ ଦିଆଯାଇଛି ଏହା ସହିତ ଆସନ୍ତା କାଲି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଏଠାରେ 50 ଜଣ ଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ନିଜେ ବାଇକ ରେ ବୁଲି ବୁଲି ସାନିଟାଇଜର୍ ବଣ୍ଟନ କରୁଛନ୍ତି। ଏହା ସହିତ ବରଗଡ, ଭଟିଲି ରୋଡ୍, କୁଷ୍ଟା ଶ୍ରମ, ତୋରା, ଗୋଡଭଗା, ଅତାବିରା ରେ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସାନିଟାଇଜର୍ ଦାଆଯାଇଛି, ଏହି କାର୍ଯ୍ୟକ୍ରମରେ ରେ ଅନୁଷ୍ଠାନ ର ମହିଳା ସମାଜସେବୀ କୁମାର ରିମା ବାରିକ୍ ସହଯୋଗ କରିଥିଲେ ।ପ୍ରକାଶ ଥାଉକି ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ରିଲାଏନ୍ସ ଫାଉଣ୍ଡେସନ ତରଫରୁ 5000 ସାନିଟାଇଜର ବଣ୍ଟନ କରାଯିବ ବୋଲି ଅନୁଷ୍ଠାନ ର ସୂଚନା ଲୋକସମ୍ପର୍କ ଅଧିକାରୀ ଡକ୍ଟର ଅଜିତ କୁମାର ନାଥ ସୂଚନା ପ୍ରଦାନ କରିଛନ୍ତି

Image

ବୁଲା ଗଈ ଗୋରୁଙ୍କୁ ଗୋଖାଦ୍ୟ ଓ ପାଣି ପିଆଇଲାଜଗତପୁର 'କଂଗ୍ରେସ; ଜଗତପୁର ତା,୨୬,୦୫,୨୧ସମ୍ପ୍ରତି କରନା ମହାମାରୀ ଲୋକଡାଉନ୍ ଓ ସଟଡାଉନ୍ ଯୋଗୁଁ ବଜାର ଘାଟ ବନ୍ଦ ରହୁଚି।ଫଳରେ ବଜାର ଘାଟରେ ହୋଟେଲ ଓ ଜଳଖିଆ ଦୋକାନ ଇତ୍ୟାଦିରୁ ବାହାରୁଥିବା। ପେଜ ଓ ବାସି ଖାଦ୍ୟ ଖାଇ ବଞ୍ଚଥିବା ବୁଲା ଷଣ୍ଢ , ଗାଈଗୋରୁ ଇତ୍ୟାଦି ଖାଇବାକୁ ନପାଇ ବାଧ୍ୟ ହୋଇ ଜରି ଇତ୍ୟାଦି ଖାଉଛନ୍ତି। ଏହି ପରିପ୍ରେକ୍ଷୀରେ ୪୯ନଂ ୱାର୍ଡ ସଭାପତି ଆଲେଖଚନ୍ଦ୍ର ବେହେରା ,୪୮ନଂ ୱାର୍ଡ ସଭାପତି ରସ୍ମିକାନ୍ତ ସାମଲ ନେତୃତ୍ୱରେଚୌଦ୍ୱାର - କଟକ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ନେତା ତଥା ଅବସରପ୍ରାଥ ଆଇଏଏସ ଅଫିସର ଜଗଦୀଶ ମହାନ୍ତି ଙ୍କ ପରାମର୍ଶ ଓ ସହଯୋଗ କ୍ରାମେଜଗତପୁର ଅଞ୍ଚଳର ଉଭୟ ୪୮ନଂ ଓ ୪୯ନଂ ୱାର୍ଡ ର ବିଭିନ୍ନ ସ୍ଥାନରେ ବୁଲା ଷଣ୍ଢ ଓ ଗାଈ ଗୋରୁଙ୍କ ତୁନି,ଚୋକଡ ପାଣି ଗୋଳାଇ ଖାଇବାକୁ ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ପି ସି ସି ସଭ୍ୟ ତାହା ଯୁବ ନେତା ମାନସ ପରିଡ଼ା,କଟକ ନଗର ୮ନଂ ବ୍ଲକ୍ କଂଗ୍ରେସ ର ବରିଷ୍ଠ ଉପସଭାପତି ଜୟ ନାରାୟଣ ତ୍ରୀପାଠୀ,ଶ୍ରମିକ ନେତା ଲକ୍ଷ୍ମୀଧର ଶରଣ, ଗୋଲେଖ ଚନ୍ଦ୍ର ରାଉତ ,ଚନ୍ଦନ ବିଶ୍ଵାଳ , ବାଞ୍ଛାନିଧି ମିଶ୍ର,ଆବାସ ମଲ୍ଲିକ ,ଉମାଶଙ୍କର ସାମଲ, ଲଳିତ ଭୂୟାଁ, ବିମଳ ବିଶ୍ବାଳ ଧୀରେନ୍ଦ୍ର ମହାନ୍ତି,କଟକ ନଗର ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଅସିତ୍ ବେହେରା ଓ ଅଭିଜିତ ବିଶ୍ବାଳ।ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ

Image

ବାତ୍ୟା ୟାସ ପାଇଁ ପ୍ରଶାସନର ତତ୍ପରତା |ମହାମାରୀ କରୋନା କବଳରେ ହନ୍ତସନ୍ତ ହେଉଛି ସମଗ୍ର ବିଶ୍ୱ | ଏଥିରେ ହାହାକାର କରୁଥିବା ମଣିଷ ଉପରେ ପଡିଛି ଆଉ ଏକ ପ୍ରାକୃତିକ ବିପର୍ଯ୍ୟାୟ | ତେଣୁ ଏକ ପଟେ ମହାମାରୀ କରୋନା ଆଉ ଏକ ପଟେ ଓଡିଶାରେ ବିପର୍ଯ୍ୟାୟ ବାତ୍ୟା | ବଙ୍ଗୋପସାଗରରେ ସୃଟି ହୋଇଥିବା ଝଡ ୟାସ ଧୀରେ ଧୀରେ ସ୍ଥଳଭାଗକୁ ମୁହାଁଉଛି | ଏହା ଆସନ୍ତା କାଲି 26 ତାରିଖ ଲ୍ୟାଣ୍ଡ ଫଲ କରିବାକୁ ଥିବାବେଳେ ତାପୁର୍ବରୁ ଆରମ୍ଭ ହୋଇଯାଇଛି ପବନ ସାଙ୍ଗକୁ ବର୍ଷା | ଏହାକୁ ନଜରରେ ରଖି ପ୍ରଶାସନ ପ୍ରସ୍ତୁତି ଜାରିରଖିଛି | ଆଜି କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକର ପେଟଛେଲା ପଞ୍ଚାୟତରେ ଲୋକମାନଙ୍କୁ ସୁରଖିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ସେଠାରେ ସୁଖିଲା ଖାଦ୍ୟ ଓ ପିଇବା ପାଣିର ବ୍ୟବସ୍ଥା କରାଯାଇଥିବା ବେଳେ ରୋଷେଇ କରି ମଧ୍ୟ ଆଶ୍ରୟ ସ୍ଥଳରେ ଖାଇବାକୁ ଦେବାର ବ୍ୟବସ୍ଥା କରାଯାଇଛି | ଆଶ୍ରୟ ସ୍ଥଳରେ ଯେପରି କରୋନା ସଂକ୍ରମଣ ନ ହେବ ସେଥିପାଇଁ ଆଶ୍ରୟସ୍ଥଳରେ ମାସ୍କ, ସାନିଟାଇଜର ବ୍ୟବସ୍ଥା ସାଙ୍ଗକୁ ସାମାଜିକଦୁରତା ପ୍ରତି ତୀଖ୍ଣ ନଜର ରଖାଯାଇଛି | କୋଚିଳା ଗ୍ରାମର ବଜ୍ରମହାକାଳୀ ହାଇସ୍କୁଲରେ ଲୋକମାନଙ୍କୁ ରଖାଯାଇଛି ଓ ସରପଞ୍ଚ ଗୌରୀ ମାଇତି ନିଜେ ତଦାରଖ କରୁଥିବା ବେଳେ ଲୋକମାନେ ସହଯୋଗ କରୁଛନ୍ତି | କେନ୍ଦ୍ରାପଡାର ରୁ :-ସୁରେନ୍ଦ୍ର ଜେନାଙ୍କ ରିପୋର୍ଟ କ୍ରାନ୍ତୀ ଖଡୁ |

Image

ଗଲା କାଟି ଯୁବକଙ୍କୁ ହତ୍ୟାଲାଞ୍ଜିଗଡ଼, ନିଜ ଘର ଦୁଆର ମୁହଁରେ ଅଧ ରାତିରେ ସୋଇଥିବା ବେଳେ ନିର୍ମମ ଭାବେ ହତ୍ୟା କରାଯାଇ ଥିବା ଘଟଣା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ଏହି ଲୋମ ହର୍ଷଣକାରି ଘଟଣା ଘଟିଛି ଲାଞ୍ଜିଗଡ଼ ବ୍ଲକ ର ସିମିଲିଭଟା ଗାଁରେ ।ଗତ ୧୮ ତାରିଖ ରାତିରେ ଖାଇ ସାରିବା ପରେ ଦୁଆରେ ଶୋଇଥିବା ଅବସ୍ଥାରେ 32 ବର୍ଷ ର ନୀଳମଣି ଦଣ୍ଡସେନାଙ୍କୁ କେହି ଅଜଣା ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ଗଲା କାଟି ହତ୍ୟା କରା ଯାଇଥିବା ଜଣା ପଡ଼ିଛି ।ଉକ୍ତ ରାତିରେ ସେ ଓ ତାଙ୍କ ସ୍ତ୍ରୀ ଚଂଚଳା ଖାଇପିଇ ସୋଇଥିବା ବେଳେ ଗରମ ଲାଗୁଥିବାରୁ ନୀଳମଣି ଏକାକୀ ଦୁଆରେ ଶୋଇ ଥିଲା ।ନିଶବ୍ଦ ରାତିରେ ଏକାକୀ ସୋଇଥିବା ଜାଣି କେହି ଦୁର୍ବୁତ୍ତ ଧାରୁଆ ଅସ୍ତ୍ର ରେ ଗଲା କାଟି ଦେଇ ଥିଲା । ରାତିରେ ହତ୍ୟା କରାଯାଇ ଥିବା ବେଳେ ସକାଲୁ ଉଠି ଚଂଚଳା କାନ୍ଦ ବୋବାଳି କରିବାରୁ ପାଖ ପଡୋଶୀ ମାନେ ଆସି ପୋଲିସ୍ କୁ ଖବର ଦେବାରୁ ଘଟଣାସ୍ଥଳରେ ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟା ନନ୍ଦ ପାତ୍ରଙ୍କ ନେତୃତ୍ୱରେ ପୋଲିସ ପହଂଚି ଛାନଭିନ ଆରମ୍ଭ କରିଛି । ଏହା ସହିତ ହତ୍ୟା କାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ ଭାବାନିପାଟଣାରୁ ସାଇଣ୍ଟିଫିକ ଟିମ ମନୋଜ କୁମାର ମାଝୀ ଙ୍କ ନେତୃତ୍ୱରେ ଆସି ଘଟଣାସ୍ଥଳରେ ପହଂଚିବା ବେଳେ ରାୟଗଡା ରୁ ସନ୍ଧାନୀ କୁକୁର ପ୍ରଦୀପ କୁମାର ବାରିକଙ୍କ ନେତୃତ୍ୱରେ ଆସି ତଦନ୍ତ ଆରମ୍ଭ କରି ଥିବା ଜଣା ପଡ଼ିଛି ।ଏ ନେଇ ଲାଞ୍ଜିଗଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ସୂଚନା ଯୋଗ୍ୟ, ମୃତ ନୀଳମଣି ଲାଞ୍ଜିଗଡ଼ର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ଗତ ୧୪ ବର୍ଷ ହେବ ଅନ୍ୟ ଜାତିର ଜଣେ ଝିଅକୁ ପ୍ରେମ ବିବାହ କରି ସିମିଳିଭଟାରେ ରହୁଥିଲେ । ତାଙ୍କର ଦେଢ଼ ବର୍ଷର ଏକ ଶିଶୁ କନ୍ୟା ମଧ୍ୟ ଅଛି ।ବର୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାକାଣ୍ଡର ପର୍ଦାଫାସ କରିବା ସହିତ ଘଟଣାରେ ସଂପୃକ୍ତ ଦୁର୍ବୁତ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Image

ଅବ୍ୟବସ୍ଥା ଘେରରେ ପଦମ୍‌ପୁର୍‌ ସ୍ବାସ୍ଥ୍ୟ ବିଭାଗ : ଆପ୍‌ ନେତା ପୌଲସ୍ତ୍ୟଯେତେବେଳେ କରୋନା ମହାମାରୀ ର ଦ୍ବିତୀୟ ଲହର ସାରା ବିଶ୍ୱରେ ତାଣ୍ଡବ ଲୀଳା କରି ମୃତ୍ୟୁ ର ବିଭୀଷିକା ରଚୁଛି,ସେତେବେଳେ ପଦମ୍‌ପୁର୍‌ ଉପଖଣ୍ଡ ଚିକିତ୍ସାଳୟ ର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥା ରେ ପଡ଼ି ର ହିଛି। ଏହା ପଦମ୍‌ପୁର୍‌ ଏନ୍‌ ଏ ସି ର ଅପାରଗତା ର ପରିଣାମ ବୋଲି ଆମ୍‌ ଆଦ୍‌ମୀ ପାର୍ଟି ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ପୌଲସ୍ତ୍ୟ ସାହା ଅଭିଯୋଗ କରିଛନ୍ତି। ଯେତେବେଳେ ସ୍ବାସ୍ଥ୍ୟ ବିଭାଗ ଜନସାଧାରଣଙ୍କ ଜୀବନର ସୁରକ୍ଷା ପାଇଁ କାମ କରିବା କଥା,ସେତେବେଳେ ପରିମଳ ବ୍ୟବସ୍ଥା ର ଏଭଳି ସାଙ୍ଘାତିକ ଅବସ୍ଥା ପଦମ୍‌ପୁର୍‌ ପାଇଁ ଲଜ୍ଜା ର ବିଷୟ। ଦୀର୍ଘ ବର୍ଷ ଧରି ଶାସନ କରୁଥିବା ବିଜେଡି ଏବଂ ବିଜେପି ଦଳ ଏହା କରିବାରେ ବିଫଳ ହୋଇଛି ବୋଲି ଶ୍ରୀ ସାହା ମତବ୍ୟକ୍ତ କରିଛନ୍ତି । ପୂର୍ବରୁ ଅମ୍ଲଜାନ ଅଭାବ ଏବଂ ଡାକ୍ତର ଙ୍କୁ ଅଭାବ ତ ଯାହା ଜନ ଜୀବନ ବିପର୍ଯ୍ୟସ୍ତ କରୁଥିଲା କିନ୍ତୁ ଏବେ ପରିମଳ ବ୍ୟବସ୍ଥା ସ୍ବାସ୍ଥ୍ୟ ବିଭାଗ ରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରୁଛି ବୋଲି ଶ୍ରୀ ସାହା ଅଭିଯୋଗ କରିଛନ୍ତି। ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଶ୍ରୀ ସାହା ଏକ ଟ୍ୱିଟ୍‌ ମାଧ୍ୟମରେ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି। ଆମ୍‌ ଆଦମୀ ପାର୍ଟି ସବୁବେଲେ ଜନସାଧାରଣଙ୍କ ସ୍ବାର୍ଥ ରେ କାମ କରୁଥିବା ପ୍ରମାଣିତ ହୋଇଛି। କେତେବେଳେ ଲୋକଙ୍କ ପାଖରେ ପହଞ୍ଚି ଅମ୍ଲଜାନ ସ୍ଥର ଯାଞ୍ଚ କରି ପୁଣି କେତେବେଳେ ଲୋକଙ୍କ ପାଇଁ ରାତି ଅନିଦ୍ରା ହୋଇ କାମ କରି ଲୋକଙ୍କ ପାଖରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ଯୁବନେତା ପୌଲସ୍ତ୍ୟ ସାହା। ନିଜେ ଏବେ ପାଦରେ ଆଘାତ ଯୋଗୁଁ ଚାଲି ପାରୁ ନ ଥିବା ବେଳେ ମଧ୍ଯ ତାଙ୍କୁ ଘାରିଛି ସାଧାରଣ ଜନତା ଙ୍କ ଚିନ୍ତା। ତେଣୁ ସେ ସୋସିଆଲ ମିଡିଆ ସାହାଯ୍ୟ ରେ ସମସ୍ୟା ଉପସ୍ଥାପନ ପୂର୍ବକ ସମାଧାନ ପାଇଁ ପ୍ରଚେଷ୍ଠା ଜନସାଧାରଣ ଙ୍କ ମଧ୍ୟରେ ଆଶା ର ନୂଆଁ କିରଣ ଆଣିଛି। ଶ୍ରୀ ସାହା ଟ୍ୱିଟ୍‌ ମାଧ୍ୟମରେ ସରକାରଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ପରିମଳ ବ୍ୟବସ୍ଥା ରେ ସୁଧାର ଆଣିବାକୁ ଅନୁରୋଧ କରିଛନ୍ତି।

Image

ପୋଲିସ ର ବର୍ବର କାଣ୍ତ :------------------------------------ପୋଲିସଷ୍ଟେସନ ରେ ନିର୍ଯାତନା ସହିତ ଲୋହଲୋହାଣ କରିଛି ଗାଇସିଲେଟ ପୋଲିସ ! ସୂଚନା ମୁତାବକ ଗାଇସିଲେଟ ଥାନା ଅନ୍ତର୍ଗତ ଚାଣ୍ଡିପାଲି ଗ୍ରାମର ନବ କୁମାର ସାହୁ, ତାଙ୍କ ଓ ତାଙ୍କର ସ୍ତ୍ରୀ ର ପାରିବାରିକ ଝଗଡା ହେବା ଦ୍ୱାରା ସାସୁ ଘର ର ପରିବାର ଗାଇସିଲେଟ ଥାନା ଅଭିଯୋକ କରିଥିଲେ, ଗାଇସିଲେଟ ଥାନା ଅଧିକାରୀ ଚଣ୍ଡିପାଲି ଗ୍ରାମର ନବ କୁମାର ସାହୁ ଥାନା କୁ ଆସିବା ପାଇଁ କହିବା ଦ୍ୱାରା ନବ କୁମାର ସାହୁ ଥାନା କୁ ଆସିଥିଲେ ହେଲେ କଥା ବାର୍ତା ହୋଉଥିବା ସମୟରେ ଥାନା ଅଧିକାରୀ ସାମ୍ନାରେ ଅନ୍ୟ ଜଣେ ଥାନା ଅଧିକାରୀ ଗାଳିଗୁଲଜ କରିବା ସହିତ ବାରମ୍ବାର ଚାପୁଡ଼ା ମାରିବା ଦ୍ୱାରା କାନରୁ ରକ୍ତ ଭୋହି ଯାଇଥିଲା ନବ ସାହୁ ଙ୍କର !!ଥାନା କୁ ଡାକି ନିର୍ଯାତନା ଦେବା ସହିତ ଲୁହଲୁହାଣ କରିବା ଏକ ଦଣ୍ଡନୀୟ ଅପରାଧ ଥିଲେ ମଧ୍ୟ ତାଙ୍କୁ ମାଡ ମାରିଥିବା ପୋଲିସ ନାମରେ କୌଣସି ପଦକ୍ଷେପ ନ ନେବା ଦୁଃଖର ବିଷୟ !

Image

ବୋଝ ଉପରେ ନଳିତା ବିଡା |ଅଗ୍ନି ଦେବଙ୍କ କୋପ କେତେ ଯେ ଭୟଙ୍କର ତାହା କଳନା କରିବା ଅସମ୍ଭବ | ଗୋଟେ ପଟେ କରୋନା ମହାମାରୀର ତାଣ୍ଡବ ଆର ପଟେ ଅଗ୍ନି ଦେବଙ୍କ ପ୍ରକୋପ | କରୋନା ମହାମାରୀ ଯୋଗୁଁ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଏମିତି ଏକ ଭୟଙ୍କର ବିଭିଷିକା ଦେଖିବାକୁ ମଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଗଡରୋମିତ ପଞ୍ଚାୟତ ରୋମିତ ଗ୍ରାମରେ | ଗ୍ରାମର ସାତଟି ପରିବାର ସର୍ବଶାନ୍ତ ହୋଇପଡିଛନ୍ତି | ରୋମିତ ଗ୍ରାମର ଭରତ ମାଝୀ, ଭାରତ ମାଝୀ, ଭୀକାରୀ ମାଝୀ, ସୁରଥ ମାଝୀ, ଜାମ୍ବବାନ ମାଝୀ, ଶୁକାନ୍ତ ମାଝୀ ଓ ଉଲ ମାଝୀଙ୍କର ଚାଳ ଛପର ଘର ଦୁଃର୍ଭାଗ୍ୟ ବସତ ନିଆଁ ଲାଗି ପୋଡ଼ିଯାଇ ସଂପୁର୍ଣ ଧ୍ୱଂସ ହେବା ସହିତ ଘରର ସମସ୍ତ କାଗଜପତ୍ର, ଟିଭି, ଫ୍ୟାନ, ଚାଉଳ, ଧାନ, ପିଲାମାନଙ୍କ ଭବିଷ୍ୟତ ସାର୍ଟିଫିକେଟ, ବାସନ କୁସନ, ଲୁଗାପଟା ଆଦି ପୋଡି ପାଉଁଶ ହୋଇଯାଇଛି | ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନି ବିପନ୍ନ ମାନଙ୍କୁ ଥଇଥାନ କରିଥିଲେ | କେନ୍ଦ୍ରାପଡାରୁ ସୁରେନ୍ଦ୍ର ଜେନାଙ୍କ ରିପୋର୍ଟ, କ୍ରାନ୍ତି ଖଡୁ |

Image

ଶିକ୍ଷା ଓ ସ୍ବାସ୍ଥ୍ଯ ଉପରେ ଯେଉଁ ହରିଲୁଟ ହେଉଛି ଆମେ ସମସ୍ତେ ମିଶି ଲଢେଇ କରିବାକୁ ପଡିବ। ଆଜି ତା:୧୭:୦୫:୨୦୨୧ ରେ ସରକାର ଯେଉଁ ସ୍ବାସ୍ଥ୍ଯ ଉପରେ ଅବ୍ଯବସ୍ଥା କରିଛି, ତାର ପ୍ରତିବାଦରେ ପଞ୍ଚିମ ଓଡ଼ିଶା ଯୁବା ମଞ୍ଚ ଓ ସଂକଳ୍ପ ପରିବାର ଯେଉଁ ଅନଶନ କରୁଛନ୍ତି ଓଡ଼ିଶା ଅଭିଭାବକ ମହାସଂଘ ତାହାକୁ ନିଜ ହ୍ରୁଦୟ ରୁ ସମର୍ଥନ ଜଣାଉଛି। ଆବାହକ ବିମଲ କୁମାର ଦାଶ, ଓ ସାଧାରଣ ସମ୍ପାଦକ ସୁଜିତ କୁମାର ମିଶ୍ର ଅନଶନ ସ୍ଥାନ କୁ ଜାଇ ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ସମର୍ଥନ ଜଣାଇଲେ।

Image

ଅଲୋଡ଼ା ଗାଡି କୁ ଆମ୍ବୁଲାନ୍ସ ଭାବେ ଲୋକାର୍ପିତ କରିବା ଘଟଣା ର ତଦନ୍ତ ଦାବି କଲା ଆପ୍ବରଗଡ଼: କରୋନା ମୁକାବିଲା ରେ ସମ୍ପୁର୍ଣ୍ଣ ବିଫଳ ହୋଇଥିବା ରାଜ୍ୟ ସରକାର ନିଜ ଛବି କୁ ସୁଧାରି ପାଇଁ କୋଭିଡ ଆକ୍ରାନ୍ତଙ୍କ ସେବାରେ ବରପାଲି ଠାରେ ସୋମବାର ଏକ ଆମ୍ବୁଲାନ୍ସ ଲୋକାର୍ପଣ କରିଥିଲେ କିନ୍ତୁ ଏହି ଗାଡି ନଂ ସିଜି ୦୪-ଜେ/୬୮୫୫ ଛତିଶଗଡ଼ ରାଜ୍ୟରେ ପଞ୍ଜିକରଣ ହୋଇଥିବାବେଳେ ଏକ ଅଲୋଡ଼ା ଗାଡି ବୋଲି ଜଣାପଡିଛି ଯାହାର ଫିଟନେସ, ଇନ୍ସୁରାଂନ୍ସ ଓ ଅନ୍ୟାନ୍ୟ କାଗଜପତ୍ର ର ଅବଧି ୨୦୧୯-୨୦ ରେ ଶେଷ ହୋଇସାରିଛି । ଏହା ଏକ ମାଲବାହୀ ଗାଡ଼ି ସହ କବାଡିଖାନା ର ଗାଡ଼ି ବୋଲି କାଗଜପତ୍ର ରୁ ଜଣାପଡିଛି । ଏଣୁ ଏପରି ଏକ ଗାଡ଼ି କୁ କୋଭିଡ ସମୟରେ ବ୍ୟବହାର କରିବା ରୋଗୀଙ୍କ ଜୀବନ ପ୍ରତି ବିପଦ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପରିବହନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଏହାର ତୁରନ୍ତ ତଦନ୍ତ କରି ସତ୍ୟା ସତ୍ୟ ଜନ ସାଧାରଣଙ୍କ ସାମ୍ନା ରେ ରଖନ୍ତୁ ବୋଲି ଆପ୍ ଜିଲ୍ଲା ଆବାହକ ଭବାନୀ ସାହୁ ଓ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଦାବି କରିଛନ୍ତି ।

Image

କର୍ମଚାରୀଙ୍କ ପାଇଁ ଅଣ୍ଟା ଭିଡିଲା ଆସୋସେଶନ | କରୋନା ମହାମୀରୀକୁ ପ୍ରତିହତ କରିବାପାଇଁ ରାଜ୍ୟ ସରକାର ମାଗଣା ଟିକାକରଣ କରିଛନ୍ତି | ଏଥିପାଇଁ ଅନ୍ ଲାଇନରେ ରେଜିଷ୍ଟ୍ରେସନ କରିବା ଏବଂ ସ୍ଲଟ ସିଲେକ୍ସନ କରିବା ପରେ ଟିକା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦିଆଯାଉଛି | ତେଣୁ ଏହାଦ୍ୱାରା ବହୁତ ଲୋକ ଅସୁବିଧାର ସମୁଖୀନ ହେଉଛନ୍ତି | ଏହାକୁ ଦୃଷ୍ଟିରେ ରଖି ଓଡିଶା ଇଣ୍ଡଷ୍ଟ୍ରୀଜ ଫେଡେରେସନ ତାର କର୍ମଚାରୀ ମାନଙ୍କ ଜୀବନ ରଖ୍ୟା କରିବା ପାଇଁ ଅଣ୍ଟା ଭିଡିଛି | କର୍ମଚାରୀମାନେ କିପରି ବିନା ଅସୁବିଧାରେ ଟିକା ନେଇପାରିବେ ଏବଂ ଭିଡରେ ଯାଇ କରୋନା ଦ୍ୱାରା ସଂକ୍ରମିତ ନ ହେବେ ସେଥିପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ | ଓଡିଶା ଇଣ୍ଡଷ୍ଟ୍ରୀଜ ଫେଡେରେସନର ଅନୁରୋଧ ରଖ୍ୟାକରି ସକରାର ୩ ଦିନ ଟିକାକରଣ କରିବା ପାଇଁ ଅନୁମତି ଦେଇଛନ୍ତି | ଆଜି ଜଗତପୁର ନିଉ ଇଣ୍ଡଷ୍ଟ୍ରୀଆଲ ଇଷ୍ଟେଟ ଠାରେ ଓଡିଶା ଇଣ୍ଡଷ୍ଟ୍ରୀଜ ଫେଡେରେସନ ଆନୁକୁଲ୍ୟରେ ଆଇଡିଆ କମ୍ୟୁନିଟି ସେଣ୍ଟର ଠାରେ ଇଣ୍ଡଷ୍ଟ୍ରୀଜର କର୍ମଚାରୀମାନଙ୍କୁ କରୋନା ଟୀକାକରଣ ହୋଇଛି | ଏହି ଟିକାକରଣ ପ୍ରକ୍ରିୟା ଆଉ କିଛି ଦିନ ବୃଦ୍ଧି କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି | ଏହି ଟିକାକରଣ ପ୍ରକ୍ରିୟା କିପରି ସୁଚାରରୁପେ ହୋଇପାରିବ ସେଥିପାଇଁ ଓଡିଶା ଇଣ୍ଡଷ୍ଟ୍ରୀଜ ଫେଡେରେସନର ସାଧାରଣ ସଂପାଦକ ପ୍ରଦୀପ କୁମାର ଜେନା,ସଭାପତି ଡଃ ଶରତ ସାହୁ‌, ହାସନ ଆକବର ଅଲ୍ଲୀ, ଅର୍ନବ ପାହାଡି,ସୁଜିତ ସ୍ୱାଇଁ ଓ ପ୍ରଦୀପ କୁଣ୍ଡ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ | କଟକରୁ ସୁକାନ୍ତ ମହାପାତ୍ରଙ୍କ ରିପୋଟ, କ୍ରାନ୍ତିଖଡୁ |

ଲକଡାଉନରେ ଦୋକାନ ବଜାର ତାଲା |ମହାମାରୀ କରୋନା ସାରା ରାଜ୍ୟରେ ତାର କାୟା ବିସ୍ତାର କରିଛି | ଏହାକୁ ପ୍ରତିହତ କରିବାପାଇଁ ସରକାର ମାଗଣା ଟିକା କରଣ ସହ କୋଭିଡ -19 ନିୟମ ଲାଗୁକରିଛନ୍ତି | କରୋନା ଏକ ସଂକ୍ରାମକ ମହାମାରୀ | ଏହା ଜଣେ ବ୍ୟକ୍ତି ଠାରୁ ଅନ୍ୟ ଜଣକୁ ଅତି ସହଜରେ ବ୍ୟାପି ପାରୁଛି | ତେଣୁ ଏହି ମହାମାରୀ ଠାରୁ ରଖ୍ୟା ପାଇବା ପାଇଁ ଏହାର ଶୃଙ୍ଖଳ (ଚେନ୍) ଭାଙ୍ଗିବା ପାଇଁ ମୁହଁରେ ମାସ୍କ ଓ ସାମାଜିକ ଦୁରତା ପାଳନ କରିବା ସହିତ ସରକାର ୧୪ ଦିନିଆ ଲକ ଡାଉନ ଓ ସପ୍ତାହାନ୍ତ ସଟଡାଉନ ମଧ୍ୟ ଲାଗୁକରିଛନ୍ତି | ଆସନ୍ତା ୧୯ ତାରିଖ ଲକ ଡାଉନ ଶେଷ ହେବାକୁ ଥିବାବେଳେ ଏହାର ପ୍ରଭାବ ସବୁଆଡେ ଦେଖିବାକୁ ମିଳିଛି | ଆଜି ଲକଡାଉନର ଦଶମ ଦିନରେ କେନ୍ଦ୍ରାପଡାରେ ସମସ୍ତ ଦୋକାନ ବଜାର ବନ୍ଦ୍ ସହ ଯାନବାହାନ ମଧ୍ୟ ବନ୍ଦ୍ ରହିଛି | ରାସ୍ତାର ଉଭୟ ପାର୍ଶ୍ୱରେ ବସ୍ ଟ୍ରକ ଆଦି ଗାଡି ଗୁଡିକ ଅସଂଖ୍ୟ ମାତ୍ରାରେ ଠିଆ ହୋଇଛନ୍ତି | ଜରୁରୀ କାମରେ କାଁ ଭାଁ ଯାନବାହାନ ଚାଲୁଥିବାବେଳେ କେବଳ ଔଷଧ ଦୋକାନ ଖୋଲା ରହିଛି |ଏହି ଲକଡାଉନକୁ ଲୋକମାନେ ନଷ୍ଠାର ସହିତ ମାନୁଛନ୍ତି | କେନ୍ଦ୍ରାପଡାରୁ ସୁରେନ୍ଦ୍ର ଜେନା |

Image

ବୃଦ୍ଧ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ --------------------------------------ଗତକାଲି ତା ୧୫/୫/୨୦୨୧ ଶନିବାର ଦିନ ଜଗତପୁରଥାନା ଅଧୀନସ୍ଥ ସ୍ଥାନୀୟ ଇମାମନଗର ଗ୍ରାମର କଳ୍ପତରୁ ରାଉତ ଓ ତାଙ୍କ ପତ୍ନୀ ଗୁଣ୍ଡୁରି ରାଉତ ଙ୍କ ହତ୍ୟା ଅଭିଯୋଗ ଆଣିଛନ୍ତି ତାଙ୍କଝିଅ ସଂଯୁକ୍ତା ! ସୂଚନା ଥାଉକି :- ଅଭିଯୋଗ ମୁତାବକ ଉଭୟ ଦମ୍ପତି ଜମି ଜମା କିଣା ବିକାକୁ ନେଇ ଦୀର୍ଘ ଦିନ ଧରି ପାରିବାରିକ ଅଶାନ୍ତି ଦେଖା ଦେବାରୁ ଗୁରୁଡ଼ି ଝାଟିଆ ଥାନା ଅନ୍ତର୍ଗତ କଣ୍ଟାବଣିଆ ଗ୍ରାମରେ ଝିଅ ସଂଯୁକ୍ତାଙ୍କ ଘରେ ରହୁଥିଲେ ଉଭୟ ଦମ୍ପତି ,ହେଲେ ଗତ ଚାରିଦିନ ହେବ ପୁଅ ବୁଝାଇ ଶୁଝାଇ ଘରକୁ ଆଣିଥିଲେ ! ଗତଚାରିଦିନ ପୂର୍ବେ ପୁଅ ବୋହୂ ମାର୍ପିଟ କରୁଥିବା କଥା ଝିଅ ମାଙ୍କ ଶୁଣିଥିଲେ ଚାରିଦିନ ପରେ ଏକାସଙ୍ଗେ ଉଭୟ ପିତାମାତାଙ୍କ ମୃତ୍ୟୁ ଝିଅକୁ ସନ୍ଦେହରେ ପକାଇଥିଲା ,ପରିବାର ଲୋକ ଏହାକୁ ସ୍ଵାଭାବିକ ମୃତ୍ୟୁ କହୁଥିବାବେଳେ ଶବ ଦେହରେ ଖଣ୍ଡିଆ ଚିହ୍ନ ଦେଖି ମୋ ବାପା ବୋଉକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ ସଂଯୁକ୍ତା ! ଅଭିଯୋଗ ଆଧାରରେ ଜଗତପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର ମେହେର ଅନ୍ୟଥାନା ଅଧିକାରୀମାନେ ଖାଇର ନିକଷ୍ଟତ ପାର୍ଶ୍ଵ ଶ୍ମଶାନରେ ଚଢ଼ାଉ କରି ମୃତ କଳ୍ପତରୁ ଓ ପତ୍ନୀ ଗୁଣ୍ଡୁରୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ s.c.b ମେଡିକାଲ କୁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି ! କ୍ୟାମେରା ମ୍ୟାନ ସମୀର ସେଠୀ ଙ୍କ ସହ ସୁକାନ୍ତ ମହାପାତ୍ରଙ୍କ ରିପୋର୍ଟ୍ କଟକ

Image

ନମସ୍କାର🙏 "କ୍ରାନ୍ତିଖଡୁ " ପରିବାରକୁ ଆପଣ ଙ୍କୁ ସ୍ଵାଗତ। ଆମ ନ୍ୟୁଜ୍ ପେପର ଆର.ଏନ .ଆଇ ନ୍ୟୁ ଦିଲ୍ଲୀ ରୁ ନାମ ପଞ୍ଜିକୃତ ହୋଇଯାଇଅଛି ଏହା ସହିତ RNI ତରଫରୁ RNI T.C ODIODI07970 ପ୍ରାପ୍ତ ହୋଇଯାଇଅଛି । ଆମେ ଉନ୍ନତ ଜ୍ଞାନ କୌଶଳ ସହିତ ଷ୍ଟୁଡିଓ ପ୍ରସାରଣ ୨୪ ଘଣ୍ଟା ଫେସବୁକ୍ ଲାଇଭ୍ ପ୍ରସାରଣ କରିବୁ।ଓଡ଼ିଶାରେ ୩୦ ଜିଲ୍ଲା ରୁ ୩୦ ଜଣ ଜିଲ୍ଲା ପ୍ରତିନିଧି ସହିତ ୩୧୪ ଟି ବ୍ଲକ୍ ରେ ୩୧୪ ଟି ବ୍ଲକ୍ ପ୍ରତିନିଧି ବଛା ବଛା ଦକ୍ଷ ପ୍ରତିନିଧି ମାନଙ୍କୁ ରଖିବୁ।ଯେଉଁମାନେ ବର୍ତ୍ତମାନ ଆମ ସହିତ ଯୋଡି ହେଇଛନ୍ତି ବହୁତ୍ ଶୀଘ୍ର ଆପଣ ମାନେ I'd card, joining letter, DI & PRO Information latter,, collector information latter, SP information latter, ପାଇବେ। ପ୍ରକାଶ ଥାଉକି :- ଯେଉଁ ମାନେ "କ୍ରାନ୍ତିଖଡୁ" ମାସିକ ସମ୍ବାଦ ପତ୍ରରେ ସାମ୍ବାଦିକତା କରିବେ ତାଙ୍କୁ ଆମେ ODISHA UNION OF WORKING JOURNALIST (OUWJ) Affiliated to Indian Journalist Union (IJU) ସଦସ୍ୟତା ପାଇଁ ଭୁବନେଶ୍ୱର ପଠାଇବୁ ! ଏହାଛଡା ଆମ କାର୍ଯ୍ୟକାରଣୀ ସହଯୋଗୀ ସଦସ୍ୟଙ୍କ ନାମ ସହ ଫଟୋ ପ୍ରତ୍ୟେକ ପ୍ରକାଶନୀରେ ପ୍ରକାଶ କରିବାସହ ତାଙ୍କ ନାମ ଲେଟର‐ପେଡରେ ଜୋଡାଯିବ !ଯେଉଁମାନେ ଆମସହ ଯୋଡି ହେବାକୁ ଚାହୁଁଛନ୍ତି !ସେଥିପାଇଁ ଆପଣ ମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ସହିତ registration fees ଦେବାକୁ ପଡ଼ିବ।Documents1 -Adhaar card2-voter card3 -education certificate4 -police verification certificate5 -Recent Passport size photo6 -Blood group7 -WhatsApp number8 - pancard9- Residen certificate10- Registration Fee's

Image

http://krantikhadu.blogspot.com/2021/05/blog-post.html

Image

ଭଟଲି ବ୍ଲକ ଭଟିଗାଁ ପଞ୍ଚାୟତ ମୁରୁମକେଲ ଗ୍ରାମରୁ ଗତ ଶନିବାର ୧୫/୫/୨୦୨୧ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ସ୍ଥାନୀୟ ଏକ ଯୁବକ ସମିର ଖମାରୀଙ୍କୁ ଭଟଲି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ଟ୍ରାନ୍ସଫର୍ମର ଉପରେ ଜଳନ୍ତା ଅବସ୍ଥାରେ ଉଦ୍ଧାର କରି ବରଗଡ ମୂଖ୍ୟଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଛନ୍ତି !