Skip to main content
ଅବ୍ୟବସ୍ଥା ଘେରରେ ପଦମ୍ପୁର୍ ସ୍ବାସ୍ଥ୍ୟ ବିଭାଗ : ଆପ୍ ନେତା ପୌଲସ୍ତ୍ୟଯେତେବେଳେ କରୋନା ମହାମାରୀ ର ଦ୍ବିତୀୟ ଲହର ସାରା ବିଶ୍ୱରେ ତାଣ୍ଡବ ଲୀଳା କରି ମୃତ୍ୟୁ ର ବିଭୀଷିକା ରଚୁଛି,ସେତେବେଳେ ପଦମ୍ପୁର୍ ଉପଖଣ୍ଡ ଚିକିତ୍ସାଳୟ ର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥା ରେ ପଡ଼ି ର ହିଛି। ଏହା ପଦମ୍ପୁର୍ ଏନ୍ ଏ ସି ର ଅପାରଗତା ର ପରିଣାମ ବୋଲି ଆମ୍ ଆଦ୍ମୀ ପାର୍ଟି ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ପୌଲସ୍ତ୍ୟ ସାହା ଅଭିଯୋଗ କରିଛନ୍ତି। ଯେତେବେଳେ ସ୍ବାସ୍ଥ୍ୟ ବିଭାଗ ଜନସାଧାରଣଙ୍କ ଜୀବନର ସୁରକ୍ଷା ପାଇଁ କାମ କରିବା କଥା,ସେତେବେଳେ ପରିମଳ ବ୍ୟବସ୍ଥା ର ଏଭଳି ସାଙ୍ଘାତିକ ଅବସ୍ଥା ପଦମ୍ପୁର୍ ପାଇଁ ଲଜ୍ଜା ର ବିଷୟ। ଦୀର୍ଘ ବର୍ଷ ଧରି ଶାସନ କରୁଥିବା ବିଜେଡି ଏବଂ ବିଜେପି ଦଳ ଏହା କରିବାରେ ବିଫଳ ହୋଇଛି ବୋଲି ଶ୍ରୀ ସାହା ମତବ୍ୟକ୍ତ କରିଛନ୍ତି । ପୂର୍ବରୁ ଅମ୍ଲଜାନ ଅଭାବ ଏବଂ ଡାକ୍ତର ଙ୍କୁ ଅଭାବ ତ ଯାହା ଜନ ଜୀବନ ବିପର୍ଯ୍ୟସ୍ତ କରୁଥିଲା କିନ୍ତୁ ଏବେ ପରିମଳ ବ୍ୟବସ୍ଥା ସ୍ବାସ୍ଥ୍ୟ ବିଭାଗ ରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରୁଛି ବୋଲି ଶ୍ରୀ ସାହା ଅଭିଯୋଗ କରିଛନ୍ତି। ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଶ୍ରୀ ସାହା ଏକ ଟ୍ୱିଟ୍ ମାଧ୍ୟମରେ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି। ଆମ୍ ଆଦମୀ ପାର୍ଟି ସବୁବେଲେ ଜନସାଧାରଣଙ୍କ ସ୍ବାର୍ଥ ରେ କାମ କରୁଥିବା ପ୍ରମାଣିତ ହୋଇଛି। କେତେବେଳେ ଲୋକଙ୍କ ପାଖରେ ପହଞ୍ଚି ଅମ୍ଲଜାନ ସ୍ଥର ଯାଞ୍ଚ କରି ପୁଣି କେତେବେଳେ ଲୋକଙ୍କ ପାଇଁ ରାତି ଅନିଦ୍ରା ହୋଇ କାମ କରି ଲୋକଙ୍କ ପାଖରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ଯୁବନେତା ପୌଲସ୍ତ୍ୟ ସାହା। ନିଜେ ଏବେ ପାଦରେ ଆଘାତ ଯୋଗୁଁ ଚାଲି ପାରୁ ନ ଥିବା ବେଳେ ମଧ୍ଯ ତାଙ୍କୁ ଘାରିଛି ସାଧାରଣ ଜନତା ଙ୍କ ଚିନ୍ତା। ତେଣୁ ସେ ସୋସିଆଲ ମିଡିଆ ସାହାଯ୍ୟ ରେ ସମସ୍ୟା ଉପସ୍ଥାପନ ପୂର୍ବକ ସମାଧାନ ପାଇଁ ପ୍ରଚେଷ୍ଠା ଜନସାଧାରଣ ଙ୍କ ମଧ୍ୟରେ ଆଶା ର ନୂଆଁ କିରଣ ଆଣିଛି। ଶ୍ରୀ ସାହା ଟ୍ୱିଟ୍ ମାଧ୍ୟମରେ ସରକାରଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ପରିମଳ ବ୍ୟବସ୍ଥା ରେ ସୁଧାର ଆଣିବାକୁ ଅନୁରୋଧ କରିଛନ୍ତି।
Comments
Post a Comment