Skip to main content
କର୍ମଚାରୀଙ୍କ ପାଇଁ ଅଣ୍ଟା ଭିଡିଲା ଆସୋସେଶନ | କରୋନା ମହାମୀରୀକୁ ପ୍ରତିହତ କରିବାପାଇଁ ରାଜ୍ୟ ସରକାର ମାଗଣା ଟିକାକରଣ କରିଛନ୍ତି | ଏଥିପାଇଁ ଅନ୍ ଲାଇନରେ ରେଜିଷ୍ଟ୍ରେସନ କରିବା ଏବଂ ସ୍ଲଟ ସିଲେକ୍ସନ କରିବା ପରେ ଟିକା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦିଆଯାଉଛି | ତେଣୁ ଏହାଦ୍ୱାରା ବହୁତ ଲୋକ ଅସୁବିଧାର ସମୁଖୀନ ହେଉଛନ୍ତି | ଏହାକୁ ଦୃଷ୍ଟିରେ ରଖି ଓଡିଶା ଇଣ୍ଡଷ୍ଟ୍ରୀଜ ଫେଡେରେସନ ତାର କର୍ମଚାରୀ ମାନଙ୍କ ଜୀବନ ରଖ୍ୟା କରିବା ପାଇଁ ଅଣ୍ଟା ଭିଡିଛି | କର୍ମଚାରୀମାନେ କିପରି ବିନା ଅସୁବିଧାରେ ଟିକା ନେଇପାରିବେ ଏବଂ ଭିଡରେ ଯାଇ କରୋନା ଦ୍ୱାରା ସଂକ୍ରମିତ ନ ହେବେ ସେଥିପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ | ଓଡିଶା ଇଣ୍ଡଷ୍ଟ୍ରୀଜ ଫେଡେରେସନର ଅନୁରୋଧ ରଖ୍ୟାକରି ସକରାର ୩ ଦିନ ଟିକାକରଣ କରିବା ପାଇଁ ଅନୁମତି ଦେଇଛନ୍ତି | ଆଜି ଜଗତପୁର ନିଉ ଇଣ୍ଡଷ୍ଟ୍ରୀଆଲ ଇଷ୍ଟେଟ ଠାରେ ଓଡିଶା ଇଣ୍ଡଷ୍ଟ୍ରୀଜ ଫେଡେରେସନ ଆନୁକୁଲ୍ୟରେ ଆଇଡିଆ କମ୍ୟୁନିଟି ସେଣ୍ଟର ଠାରେ ଇଣ୍ଡଷ୍ଟ୍ରୀଜର କର୍ମଚାରୀମାନଙ୍କୁ କରୋନା ଟୀକାକରଣ ହୋଇଛି | ଏହି ଟିକାକରଣ ପ୍ରକ୍ରିୟା ଆଉ କିଛି ଦିନ ବୃଦ୍ଧି କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି | ଏହି ଟିକାକରଣ ପ୍ରକ୍ରିୟା କିପରି ସୁଚାରରୁପେ ହୋଇପାରିବ ସେଥିପାଇଁ ଓଡିଶା ଇଣ୍ଡଷ୍ଟ୍ରୀଜ ଫେଡେରେସନର ସାଧାରଣ ସଂପାଦକ ପ୍ରଦୀପ କୁମାର ଜେନା,ସଭାପତି ଡଃ ଶରତ ସାହୁ, ହାସନ ଆକବର ଅଲ୍ଲୀ, ଅର୍ନବ ପାହାଡି,ସୁଜିତ ସ୍ୱାଇଁ ଓ ପ୍ରଦୀପ କୁଣ୍ଡ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ | କଟକରୁ ସୁକାନ୍ତ ମହାପାତ୍ରଙ୍କ ରିପୋଟ, କ୍ରାନ୍ତିଖଡୁ |
Popular posts from this blog
Comments
Post a Comment