Posts

Showing posts from June, 2021

କ୍ରାନ୍ତିଖଡୁ ନ୍ୟୁଜ :-ଡିଗ୍ରିଧାରୀ ଯୁବକ ଚାକିରୀ ଅଭାବ ରେ ଏବେ କରୁଛନ୍ତି ମଜୁରୀ ୨/୬କରୋନା ସଂକ୍ରମଣ କୁ ପ୍ରତିହତ କରିଵା ପାଇଁ ରାଜ୍ୟବ୍ୟାପୀ ଲକଡାଉନ କଟକଣା ଲୋକଙ୍କ ରୋଜଗାର କୁ ଛଡାଇ ନେଇଛି ।ଏଭଲି ସମୟରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତର ଯୁଵାଖୋଲ ଗ୍ରାମର ଜଣେ ଉଚ୍ଚ ଶିକ୍ଷିତ ଯୁବକ ଆଶିଷ ଜ୍ୟୋତିଷ (୨୩)  କେନ୍ଦୁପତ୍ର ତୋଲୁ ଛନ୍ତି , ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମାଟି କାମ କରି ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି।ଯୁଵାଖୋଲ ଗ୍ରାମର ସୁଦାମ ଜ୍ୟୋତିଷ ମଧ୍ୟମ ପୁଅ ଆଶିଷ । ସ୍ନାତକ ପଢିଥିବା ଆଶିଷ ପିଲାବେଳେ ଜଣେ ମେଧାବୀ ଛାତ୍ର ଥିଲେ। ଲକଡାଉନ ଯୋଗୁ ଶିକ୍ଷାନୁଷ୍ଠାନ ଗୁଡିକରେ ଅନଲାଇନ କ୍ଲାସ ଚାଲିଥିଲା । ତାଙ୍କ ଗ୍ରାମ ଅପହଞ୍ଚ ଇଲିକାରେ ଥିଵାରୁ ମୋବାଇଲ ନେନ୍‌ୱକ ବାଧାପ୍ରାପ୍ତ ହୋଇଥାଏ । ଫଲରେ ସମଲପୁର ମହେନ୍ଦ୍ର ବ୍ରାଞ୍ଚ ରେ ସେ ଚାକୀର ପ୍ରସ୍ତୁତି ପାଇଁ ଆଡ଼ମିଶନ କରିଥିଲେ ସୁଦ୍ଧା ସେ ଅନଲାଇନ କ୍ଲାସ କରିବାରେସକ୍ଷମ ହୋଇ ନ ଥିଲେ । ତେଣୁ ଚାକିରୀ ପ୍ରସ୍ତୁତି ପଛରେ ନ ପଡି କେନ୍ଦୁପତ୍ର ତୋଲି , ମାଟିକାମ କିଛି ରୋଜଗାର କରୁଥିବା କହିଛନ୍ତି ଆଶିଷ । ଗତବର୍ଷ ଲକଡାଉନ ସମୟରେସେ ଏଭଲି କାମ କରିଥିଲେ ଏବଂ ଏଥର ମଧ୍ୟ ସେହି କାମକୁ ଜୀଵିକା ଭାବେ ଆଦରୀ ନେଇଛନ୍ତି । କେନ୍ଦୁପତ୍ର ଗୋଟିଏ ଵିଡାରେ ଥାଏ ୨୪ରୁ ୨୫ ପତ୍ର ଦିଅନ୍ତି । ୧୦୦ ଵିଡାକୁ ସରକାରୀ ହିସାବରେ ୧୨୦ ଟଙ୍କା ମିଲି ଥାଏ । ସେଇଥିରୁ ଯାହା ରୋଜଗାର ହେଉଛି ସେଥିରୁ ପରିବାର ପୋଷଣ କରି ଚଲୁଛନ୍ତି ଵଲି ଆଶିଷ କହିଛନ୍ତି ।

Image

କ୍ରାନ୍ତିଖଡୁ ନ୍ୟୁଜ :-ଖଣ୍ଡସିବାଞ୍ଜି ରୁ ବରିକେଲ ରାସ୍ତା ଶୋଚନୀୟ*ଖଣ୍ଡସିବାଞ୍ଜି ରୁ ବରିକେଲ ରାସ୍ତା ଶୋଚନୀୟ ଅବସ୍ଥା ରେ ପଡ଼ି ରହିଛି। କିଛି ଦିନ ପୁର୍ବରୁ ବରିକେଲ ଗ୍ରାମର ଜଣେ ଖଳ ପ୍ରକୃତି ର ବ୍ୟକ୍ତି କୁହୁଡ଼ି ନଦୀ କୁ ନିଜର ଅକ୍ତିଆର କରି ନଦୀ ମଝି ରେ ମାଟି ପକାଇ ଦେଇଥିଲା। ଏହା ବିରୋଧରେ ଖଣ୍ଡସିବାଞ୍ଜି ଗ୍ରାମ ବାସୀ ମିଳିତ ଭାବେ ପଦମ୍‌ପୁର୍‌ ଉପ ଜିଲ୍ଲାପାଲ ଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଥିଲେ। ଉପ ଜିଲ୍ଲାପାଲ ଏହାର ତଦନ୍ତ ପାଇଁ ଆର୍‌ ଆଇ ଙ୍କୁ ପଠାଇ ଥିଲେ ଏବଂ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଉକ୍ତ ଘଟଣାକୁ ତିନି ମାସ ରୁ ଅଧିକ ସମୟ ବିତିଯାଇଥିଲେହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନାହିଁ। ଯାହା ପ୍ରଶାସନର ଚରିତ୍ର ଉପରେ ସନ୍ଦେହ ସୃଷ୍ଟି କରୁଛି। ଏବେ ବର୍ଷା ଦ୍ବାରା ଉକ୍ତ ମାଟି କାଦୁଅ ରେ ପରିଣତ ହୋଇଛି ଏବଂ ଲୋକମାନେ ଯାତାୟତ କରିବାରେ ବହୁତ ଅସୁବିଧା ହେଉଛି। ଏତିକିବେଳେ ଆମ୍‌ ଆଦ୍‌ମୀ ପାର୍ଟି ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପୌଲସ୍ତ୍ୟ ସାହା ଏକ ଟ୍ୱିଟ୍‌ ଜରିଆରେ ଏଥି ପ୍ରତି ତୁରନ୍ତ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥି ପ୍ରତି ପଦକ୍ଷେପ ନେବା ପାଇଁ ଗ୍ରାମ ର ଜଣେ ଯୁବ କର୍ମୀ ରିଟ୍ୱିଟ୍‌ କରି ସମର୍ଥନ କରିଛନ୍ତି। ଏଥି ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଗ୍ରାମ ବାସୀଙ୍କର ମିଳିତ ଉଦ୍ୟମରେ ଆମରଣ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାହା ମତ ବ୍ୟକ୍ତ କରିଛନ୍ତି।

Image

କ୍ରାନ୍ତିଖଡୁ ନ୍ଯୁଜ :- (ରିଙ୍କୁ ଦେବତାଙ୍କ ରିପୋର୍ଟ) :-ହାସ୍ୟ ଅଭିନେତା ଡୋଲୁ ଙ୍କ ବିୟୋଗ ରେ କମିଡି ଲେଖକ ରଞ୍ଜନ ସାଗର ଙ୍କ ଦୁଃଖ ପ୍ରକାଶ !ହାସ୍ୟ ଅଭିନେତା ଡୋଲୁ ଙ୍କ ବିୟୋଗରେ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ର ହାସ୍ୟ ଲେଖକ ରଞ୍ଜନ ସାଗର ଦୁଃଖ ପ୍ରକାଶ କରିଛନ୍ତି। ଆମର୍ ପଶ୍ଚିମ ଓଡିଶାର୍ କଲା ଜଗତ ପାଇଁ ବହୁତ ଦୁଖର କଥା। ତାଂକ ବିୟୋଗ ହେବାର ଶୁଣି ମୁଁ ହତ ବାଗ ହୋଇଗଲି । କାରଣ ସେହି ରାତି ୮:୩୯ ସମୟ ପର୍ୟ୍ଯନ୍ତ ତାଙ୍କ ସହ ଉଆଟସଫ୍ ରେ କଥା ହେଉଥିଲି । କିଛି ଦିନ ପରେ ମୋ ଲେଖିଲା କାହାଣୀ ସୁଟିଂ କରିବା ନେଇ ଆଲୋଚନା କରୁଥିଲୁ। ଆଉ ତାଙ୍କର ଏମିତି ହଠାତ୍ ଛାଁଡି ଯିବା ମତେ ବ୍ଯକ୍ତିଗତ ଭାବରେ ମର୍ମାହତ କରିଦେଇଛି। ମୁଁ ତାଂକ ସହ ଦିର୍ଘ ୩ ବର୍ଷ ହେଲା ଏକା ସାଂଗେ କାମ କରୁଥିଲୁ। ତାଙ୍କର ପ୍ରଡକସନରେ ମୋ କାହାଣୀ ଆସିଲା ପରେ ମୋର ଚାହିଦା ବଢିଥିଲା ଗୋଟେ ଭଲ କମେଡି ଲେଖକ ହିସାବରେ। ତାଙ୍କରି ସ୍ଥାନ କେହି ନେଇ ପାରିବେ ନାହିଁ ;ତାଙ୍କ ସହ ମିଶି ଏହି ପ୍ରଡକସନ ପାଇଁ ବହୁତ କିଛି ସଂପ୍ନ ଦେଖିଥିଲୁ ଏକ ମିଲିଅନ ସବସ୍କ୍ରାଇଭର କରିବାର ଆହୁରି ଅନେକ କିଛି ସେ ସବୁ ଅଧୁରା ରହିଗଲା। ସେ ଜଣେ ଶାନ୍ତ, ସରଲ ସ୍ବଭାବ ର ବ୍ଯକ୍ତି ଥିଲେ।। ତାଙ୍କର ଆତ୍ମା କୁ ଶାନ୍ତି ମିଲୁ । ତାଙ୍କର ସମାଜସେବା ମନୋଭାବ ବହୁତ ଥିଲା।। ସେ ସମୟର ଉତ୍ତମ ଉପଯୋଗ କରୁଥିଲେ । ତାଙ୍କ ସପ୍ନ ଥିଲା କି ତାଙ୍କ ପ୍ରଡକସନ ଏକ ମିଲିଅନ ସବସ୍କ୍ରାଇଭର କରିବାର । ତାଙ୍କର ଏହି ସପ୍ନ କୁ ସଫଳ କରିବାରେ ମୁଁ ମୋର ନିଜର ଉଦ୍ଯମ ଜାରି ରଖିବି।କମେଡ଼ି ସହିତ କିଛି ସାମାଜିକ ବାର୍ତ୍ତା ଦେବା ତାଙ୍କ ଲୋକ ମାନକୁଂ ବହୁତ ଆକର୍ଷିତ କରୁଥିଲା।ଲୋକମାନକଁର ଚାହିଦା ମୁତାବକ ସେ ହାସ୍ଯ ଅଭିନୟ କରୁଥିଲେ । ଆଉ ମୁଁ ଅଧିକା କିଛି କହିପାରିବି ନାହିଁ। ତାଙ୍କର ଅକାଳ ବିୟୋଗ ରେ ବହୁ ଦୁଃଖିତ ଅଛି।

Image

କ୍ରାନ୍ତିଖଡୁ ନ୍ୟୁଜ ସୁବର୍ଣ୍ଣପୁର :-( ଶାନ୍ତନୁ କୁମାର କର୍ଣ୍ଣ ଙ୍କ ରିପୋର୍ଟ ) ଅସହାୟ ନାରାୟଣ ପାଖରେ ପହଞ୍ଚି କପାରୁନି ସରକାର ଙ୍କ କୌଣସି ଯୋଜନା ! ସରକାର ଗରିବ ଲୋକଙ୍କ ପାଇଁ ସରକାର ପ୍ରଣୟନ କରିଛନ୍ତି ଅନେକ ଜୋଜନା ଉପରେ ଜୋଯନା ।ଯାହାର ଘର ନାହିଁ ତା ପାଇଁ ବିଜୁ ପକ୍କାଘର ହେଉ ବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।ସରକାରଙ୍କ ଏହି ଯୋଜନା ଏକ ଲୋକାଭିମୁଖୀ ଯୋଜନା ହେଲେ ମଧ୍ୟ ପଂଚାୟତ କର୍ତ୍ତୃପକ୍ଷଙ୍କ ଦାୟିତ୍ୱରେ ଅବହେଳା ବା ମନମୁଖୀ କାର୍ଯ୍ୟ କାରଣରୁ ପ୍ରକୃତ ହିତାଧିକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ବମରାଜ୍ ଗ୍ରାମରେ ।ସୂଚନାଅନୁସାରେ ଏହି ଗ୍ରାମରେ ବାସ କରନ୍ତି ନାରାୟଣ ବହିଦାର ,ପରିବାର କହିଲେ ତାଙ୍କ ସ୍ତ୍ରୀ ଅନୁଷୟା ଓ ତିନି ବର୍ଷ ର ଗୋଟେ ଝିଅ । ନାରାୟଣ ପେଶାରେ ଜଣେ ରାଜମିସ୍ତ୍ରୀ । ସେ ଦୁଇ ବର୍ଷ ତଳେ ଏକ ବାଇକ ଦୁର୍ଘଟଣା ରେ ମେରୁଦଣ୍ଡ ଭାଙ୍ଗିଯାଇଥିବାରୁ ସବୁଦିନ ପାଇଁ ପଂଗୁ ହୋଇଯାଇଛନ୍ତି। ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ହେଲାପରେ ଭଲ ନ ହେବାରୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।ସେଠାରେ ତାଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି କହି ତାଙ୍କର ମେରୁଦଣ୍ଡ ରେ ଅସ୍ତ୍ରୋପଚାର କରାଗଲା, ମାତ୍ର ତାହା ସଫଳ ନ ହେବାରୁ ସେ ଏବେ ସବୁଦିନ ପାଇଁ ପଙ୍ଗୁ ହୋଇ ଏବେ ତିନି ଚକିଆ ସାଇକେଲ ହିଁ ତାଙ୍କ ଆଶ୍ରୟ ।ଅସହାୟ ନାରାୟଣ ଅଭାବ ଅନାଟନ ମଧ୍ୟରେ ଦିନ କାଟୁଥିବା ବେଳେ ସରକାର ଙ୍କ କୌଣସି ଜୋଜନା ମଧ୍ୟ ମିଳି ପାରୁ ନାହିଁ । ଉଚ୍ଚ ଚିକିତ୍ସା ପାଇଁ ସାହାଯ୍ୟ ତ ଦୂରର କଥା ରହିବାକୁ ଖଣ୍ଡେ ଘର ମଧ୍ୟ ସରକାର ଆଜି ପର୍ଯ୍ୟନ୍ତ ଯୋଗାଇ ପାରି ନାହାଁନ୍ତି । ଖରା , ବର୍ଷା ,ଶୀତ ସବୁ ତାଙ୍କର ସେହି ପଲିଥିନ୍ ଟଣା ଘରେ କଟୁଛି ଦିନ ।ଦଇବ ଯେମିତି ତାଙ୍କ ଭାଗ୍ୟ ସହିତ ଖେଳୁଛି ।ତାଙ୍କ ବାପାଙ୍କର ଆଗରୁ ଦେହାନ୍ତ ହୋଇଥିବାବେଳେ ଏବେ ନାରାୟଣ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି ।ଏପରିକି ରହିବାକୁ ଘରଖଣ୍ଡିଏ ମଧ୍ୟ କରି ପାରିନାହାନ୍ତି ।ଘର ଖଣ୍ଡିଏ ପାଇଁ ପ୍ରଶାସନ ପାଖରେ ଅନେକ ହାରି ଗୁହାରୀ କରିଥିଲେ ମଧ୍ୟ ମିଳିପାରିନାହିଁ କୌଣସି ସୁଫଳ ।ଏବେ ସରକାର ଙ୍କ ମାଳ ମାଳ ଯୋଜନା ସତ୍ତ୍ୱେ ଅସହାୟ ନାରାୟଣଙ୍କ ଦୁଃଖ ଦୁର୍ଦଶା କାହାରି ନଜରକୁ ଆସିନାହିଁ । ସେହି ଯୋଜନା ଉଚିତ୍ ହିତାଧିକାରୀ ନ ପାଇ ଯେମିତି ବାଟ ମାରଣ ହୋଇ ଯାଉଛି । ଅଶହାୟ ନାରାୟଣ ର ଦୁଃଖ ଦୁର୍ଦ୍ଦଶା କୁ ସରକାର କାନରେ ଟିକେ ଶୁଣି ଘର ଖଣ୍ଡିଏ ଯୋଗାଇ ଦେବା ସହିତ ଉଚିତ୍ ଚିକିତ୍ସା ଯୋଗାଇ ବାକୁ ସାଧାରଣ ରେ ଦାବି ହେଉଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରୁ :ଶାନ୍ତନୁ କୁମାର କର୍ଣ୍ଣ ଙ୍କ ରିପୋର୍ଟ କ୍ରିନ୍ତିଖଡୁ

Image

କ୍ରାନ୍ତିଖଡୁ ନ୍ଯୁଜ :- ସଚେତନତା ଅଭାବ ଯୋଗୁଁ କରୋନା ଏବେ ଗାଁ ମୁହାଁ ହୋଇଛି ! (ରିଙ୍କୁଦେବତାଙ୍କ ରିପୋର୍ଟ )ସରକାର ମାସ ମାସ ଧରି ଲଗଡାଉନ ସର୍ଟ ଡାଉନ କଲେସୁଧ୍ୟା ସହର ଠୁ ଏବେ ଗ୍ରାମାଞ୍ଚଳ ରେ ଅଧିକାଂଶ କରୋନା ସଂକ୍ରମିତ ଙ୍କ ସଂଖ୍ୟା ଦେଖା ଦେଉଛି ! ଜ୍ବର,କାଶ ଲାଗିରହିଛି। ସମସ୍ତେ ଜାଣିଛନ୍ତି ଜ୍ବର କାଶ ସାଧାରଣ ନୁହେଁ, ହୋଇପାରେ କରୋନା ଜନିତ ସଂକ୍ରମଣ ହୋଇପାରେ , ହେଲେ ସଚେତନତା ଅଭାବ ଯୋଗୁଁ କରୋନା ପରୀକ୍ଷା କରୁନାହାଁନ୍ତି ଯାହା ଫଲରେ ଜଣକ ରୁ ଅନ୍ୟଜଣକୁ କରୋନା ବଢି ବଢି ଚାଲିଛି !ଏଣୁ ଯାହାର ଏହି ଲକ୍ଷଣ ଦେଖାଗଲେ ସଙ୍ଗେ ସଙ୍ଗେ ପରୀକ୍ଷା କରାଇ, ଔଷଧ ଖାଇ ସୁସ୍ଥ ରହିବା ନିଜେ ସୁସ୍ଥ ରହିବାସହ ଅନ୍ୟକୁ ସୁସ୍ଥ ରଖାଇବା ବାର୍ତ୍ତା ନେଇ ଆଯି ମୋଦି ସରକାରଙ୍କ ୭ ବର୍ଷ ସୁଶାସନ ଉପଲକ୍ଷେ କୃଷକ ମୋର୍ଚା ତରଫର ରୁ ସେବା ହିଁ ସଂଗଠନ ଜରିଆ ରେ ଗାଇସିଲଟ ବ୍ଲକ ଗୁଦେରପାଲି ମଣ୍ଡଳ ର କଟାବାହାଲ ପଂଚାୟତ ଅଧିନସ୍ଥ ବ୍ରାହ୍ମଣମାଲ ରେ ଆଜି ମାସ୍କ ଓ ସାବୁନ ଗ୍ରାମବାସୀ କୁ ବଣ୍ଟନ କରାଯାଇଥବା ସହ ଜନ ସଚେତନ କାର୍ଯ୍ୟକ୍ରମ କରାହୋଇଥିଲା ! ଏଥିରେ ବରଗଡ ଜିଲ୍ଲା କୃଷକ ମୋର୍ଚା ସଭାପତି ଶ୍ରୀକାନ୍ତ ମିଶ୍ର , ଉପ ସଭାପତି ଘନଶ୍ୟାମ ସାହୁ , ଗୁଦେରପାଲି ମଣ୍ଡଳ ସଭାପତି ବିପିନ ବିହାରୀ ସାହୁ, ବରିଷ୍ଠ ବିଜେପି ନେତା ବିନାୟକ ଗୁରୁ , ବରିଷ୍ଠ ବିଜେପି ନେତା ଝସକେତନ ସାହୁ ଆଇ .ଟି ସେଲ କୋଡିନେଟର ନୀଳାଞ୍ଚଳ ଦରୁଆନ ଓ ଗ୍ରାମ ର ବରିଷ୍ଠ ନାଗରିକ ମାନେ ମଧ୍ୟ ଉପସ୍ଥିତ ଥିଲେ I

Image

କ୍ରାନ୍ତିଖଡୁ ନ୍ଯୁଜ :-ଖାଇବା ତେଲ ଦରବୃଦ୍ଧି ଖାଉଟି ହନ୍ତସନ୍ତ (ରିଙ୍କୁ ଦେବତା ଙ୍କ ରିପୋର୍ଟ) ଖାଇବା ତେଲ ଓ ଡାଲି ଜାତୀୟ ପଦାର୍ଥ ର ଦର ଅସ୍ବଭାବିକ ଭାବରେ ବୃଦ୍ଧି ପାଉଥିବା ରୁ ଖାଉଟି ହନ୍ତସନ୍ତ ହେଉଛନ୍ତି। ସ୍ଥିତି ଏମିତି ହେଲାଣି ଯେ ଶୋରିଷ ତେଲ ରୁ ରିଫାଇନ ତେଲ ବା ସୁର୍ଯ୍ୟମୁଖି ତେଲର ଦର ଅଧିକ ହୋଇଗଲାଣି। ଏହାକୁ ନେଇ ବିଶେଷ କରି ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଖାଉଟି ଙ୍କ ବଜେଟ ବିଗିଡି ଗଲାଣି। ଖୁଚୁରା ବଜାର ରେ ଏବେ ଶୋରିଷ ତେଲ ଲିଟର ପିଛା ୧୬୦ ଟଙ୍କା ଥିବାବେଳେ ସୂର୍ଯ୍ୟମୁଖୀ ତେଲ ୧୯୦ ଟଙ୍କା ରୁ କମରେ ମିଳୁନାହିଁ। ଖୁବଶୀଘ୍ର ଏହା ଆଗକୁ ବଢିପାରେ ବୋଲି ଦୁକାନି ମାନେ କହିଛନ୍ତି।ଅନୁରୁପ ଭାବେ ପାମ୍ ତେଲ ମଧ୍ୟ ୧୪୫ ଟଙ୍କା ହେଲାଣି। ମାତ୍ର ଦୁଇ ରୁ ତିନି ମାସ ତଲେ ସୂର୍ଯ୍ୟମୁଖୀ ତେଲ ଲିଟର ପିଛା ୧୬୦ ଟଙ୍କା ଓ ପାମ୍ ତେଲ ୧୨୦ ଟଙ୍କା ଥିଲା। ସେହିପରି ରାହାଡି ଡାଲି ୧୨୦ ଟଙ୍କା,ମୁଗ ୯୦ ଟଙ୍କା,ମୁଗଡାଲି ୧୧୦ ଟଙ୍କା,ମୁସୁରୀ ୯୦ ଟଙ୍କା,ବୁଟ ଏବଂ ଚଣା ଡାଲି୬୦ଟଙ୍କା।ହେଲେ ଏତେ କମ ସମୟ ରେ ଏତେ ଅଧିକ ଦର ବୃଦ୍ଧି‌ ହେବାକୁ ସାଧାରଣ ବର୍ଗ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଅଣ ଜଳସେଚିତ ପଦ୍ମପୁର ଉପଖଣ୍ଡ ଅଞ୍ଚଳ ରେ ଅଧିକାଂଶ ପରିବାର ଶ୍ରମିକ ବା ଚାଷସହ ଜଡ଼ିତ।ଏ ମାନଙ୍କ ମଜୁରୀ ବା ଉତ୍ପାଦିତ ପନିପରିବା ର ମୁଲ୍ଯ ଅତି କମ୍ ଥିବାବେଳେ ବାକିସବୁ ଦର ହୁହୁ ହୋଇ ବଢି ଚାଲିଛି।

Image