Skip to main content
କ୍ରାନ୍ତିଖଡୁ ନ୍ୟୁଜ :-ଡିଗ୍ରିଧାରୀ ଯୁବକ ଚାକିରୀ ଅଭାବ ରେ ଏବେ କରୁଛନ୍ତି ମଜୁରୀ ୨/୬କରୋନା ସଂକ୍ରମଣ କୁ ପ୍ରତିହତ କରିଵା ପାଇଁ ରାଜ୍ୟବ୍ୟାପୀ ଲକଡାଉନ କଟକଣା ଲୋକଙ୍କ ରୋଜଗାର କୁ ଛଡାଇ ନେଇଛି ।ଏଭଲି ସମୟରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତର ଯୁଵାଖୋଲ ଗ୍ରାମର ଜଣେ ଉଚ୍ଚ ଶିକ୍ଷିତ ଯୁବକ ଆଶିଷ ଜ୍ୟୋତିଷ (୨୩) କେନ୍ଦୁପତ୍ର ତୋଲୁ ଛନ୍ତି , ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମାଟି କାମ କରି ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି।ଯୁଵାଖୋଲ ଗ୍ରାମର ସୁଦାମ ଜ୍ୟୋତିଷ ମଧ୍ୟମ ପୁଅ ଆଶିଷ । ସ୍ନାତକ ପଢିଥିବା ଆଶିଷ ପିଲାବେଳେ ଜଣେ ମେଧାବୀ ଛାତ୍ର ଥିଲେ। ଲକଡାଉନ ଯୋଗୁ ଶିକ୍ଷାନୁଷ୍ଠାନ ଗୁଡିକରେ ଅନଲାଇନ କ୍ଲାସ ଚାଲିଥିଲା । ତାଙ୍କ ଗ୍ରାମ ଅପହଞ୍ଚ ଇଲିକାରେ ଥିଵାରୁ ମୋବାଇଲ ନେନ୍ୱକ ବାଧାପ୍ରାପ୍ତ ହୋଇଥାଏ । ଫଲରେ ସମଲପୁର ମହେନ୍ଦ୍ର ବ୍ରାଞ୍ଚ ରେ ସେ ଚାକୀର ପ୍ରସ୍ତୁତି ପାଇଁ ଆଡ଼ମିଶନ କରିଥିଲେ ସୁଦ୍ଧା ସେ ଅନଲାଇନ କ୍ଲାସ କରିବାରେସକ୍ଷମ ହୋଇ ନ ଥିଲେ । ତେଣୁ ଚାକିରୀ ପ୍ରସ୍ତୁତି ପଛରେ ନ ପଡି କେନ୍ଦୁପତ୍ର ତୋଲି , ମାଟିକାମ କିଛି ରୋଜଗାର କରୁଥିବା କହିଛନ୍ତି ଆଶିଷ । ଗତବର୍ଷ ଲକଡାଉନ ସମୟରେସେ ଏଭଲି କାମ କରିଥିଲେ ଏବଂ ଏଥର ମଧ୍ୟ ସେହି କାମକୁ ଜୀଵିକା ଭାବେ ଆଦରୀ ନେଇଛନ୍ତି । କେନ୍ଦୁପତ୍ର ଗୋଟିଏ ଵିଡାରେ ଥାଏ ୨୪ରୁ ୨୫ ପତ୍ର ଦିଅନ୍ତି । ୧୦୦ ଵିଡାକୁ ସରକାରୀ ହିସାବରେ ୧୨୦ ଟଙ୍କା ମିଲି ଥାଏ । ସେଇଥିରୁ ଯାହା ରୋଜଗାର ହେଉଛି ସେଥିରୁ ପରିବାର ପୋଷଣ କରି ଚଲୁଛନ୍ତି ଵଲି ଆଶିଷ କହିଛନ୍ତି ।
Popular posts from this blog
Comments
Post a Comment