Skip to main content
କ୍ରାନ୍ତିଖଡୁ ନ୍ୟୁଜ :-ଖଣ୍ଡସିବାଞ୍ଜି ରୁ ବରିକେଲ ରାସ୍ତା ଶୋଚନୀୟ*ଖଣ୍ଡସିବାଞ୍ଜି ରୁ ବରିକେଲ ରାସ୍ତା ଶୋଚନୀୟ ଅବସ୍ଥା ରେ ପଡ଼ି ରହିଛି। କିଛି ଦିନ ପୁର୍ବରୁ ବରିକେଲ ଗ୍ରାମର ଜଣେ ଖଳ ପ୍ରକୃତି ର ବ୍ୟକ୍ତି କୁହୁଡ଼ି ନଦୀ କୁ ନିଜର ଅକ୍ତିଆର କରି ନଦୀ ମଝି ରେ ମାଟି ପକାଇ ଦେଇଥିଲା। ଏହା ବିରୋଧରେ ଖଣ୍ଡସିବାଞ୍ଜି ଗ୍ରାମ ବାସୀ ମିଳିତ ଭାବେ ପଦମ୍ପୁର୍ ଉପ ଜିଲ୍ଲାପାଲ ଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଥିଲେ। ଉପ ଜିଲ୍ଲାପାଲ ଏହାର ତଦନ୍ତ ପାଇଁ ଆର୍ ଆଇ ଙ୍କୁ ପଠାଇ ଥିଲେ ଏବଂ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଉକ୍ତ ଘଟଣାକୁ ତିନି ମାସ ରୁ ଅଧିକ ସମୟ ବିତିଯାଇଥିଲେହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନାହିଁ। ଯାହା ପ୍ରଶାସନର ଚରିତ୍ର ଉପରେ ସନ୍ଦେହ ସୃଷ୍ଟି କରୁଛି। ଏବେ ବର୍ଷା ଦ୍ବାରା ଉକ୍ତ ମାଟି କାଦୁଅ ରେ ପରିଣତ ହୋଇଛି ଏବଂ ଲୋକମାନେ ଯାତାୟତ କରିବାରେ ବହୁତ ଅସୁବିଧା ହେଉଛି। ଏତିକିବେଳେ ଆମ୍ ଆଦ୍ମୀ ପାର୍ଟି ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପୌଲସ୍ତ୍ୟ ସାହା ଏକ ଟ୍ୱିଟ୍ ଜରିଆରେ ଏଥି ପ୍ରତି ତୁରନ୍ତ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥି ପ୍ରତି ପଦକ୍ଷେପ ନେବା ପାଇଁ ଗ୍ରାମ ର ଜଣେ ଯୁବ କର୍ମୀ ରିଟ୍ୱିଟ୍ କରି ସମର୍ଥନ କରିଛନ୍ତି। ଏଥି ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଗ୍ରାମ ବାସୀଙ୍କର ମିଳିତ ଉଦ୍ୟମରେ ଆମରଣ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାହା ମତ ବ୍ୟକ୍ତ କରିଛନ୍ତି।
Popular posts from this blog
Comments
Post a Comment